ସମାନ ନାଗରିକ ସଂହିତା ପାଇଁ ବଢୁଛି ସମର୍ଥନ; ଆପ୍‌ ପରେ ଉଦ୍ଧବ ଠାକରେଙ୍କ ଦଳ ମଧ୍ୟ ଦେଲା ସମର୍ଥନ

Published By : Prameya-News7 Bureau | June 30, 2023 IST

ନୂଆଦିଲ୍ଲୀ ୩୦/୦୬: ଏକକ ନାଗରିକ ସଂହିତା ଲାଗୁ କରିବା ପାଇଁ ପ୍ରସ୍ତୁତ ହେଉଥିବା କେନ୍ଦ୍ରର ବିଜେପି ସରକାରକୁ ଆଉ ଏକ ରାଜନୈତିକ ଦଳର ସମର୍ଥନ ମିଳିଛି। ଶିବ ସେନାର ଉଦ୍ଧବ ଠାକରେଙ୍କ ଦଳ ମଧ୍ୟ ଏକକ ନାଗରିକ ସଂହିତାକୁ ସମର୍ଥନ କରିଛନ୍ତି। ଏହା ପୂର୍ବରୁ ଆମ୍‌ ଆଦମି ପାର୍ଟି ମଧ୍ଯ ଏକକ ନାଗରିକ ସଂହିଚତାକୁ ମଧ୍ୟ ସୈଦ୍ଧାନ୍ତିକ ସମର୍ଥନ ଦେଇଛି। ଆପ୍‌ ନେତା ସନ୍ଦୀପ ପାଠକ କହିଛନ୍ତି ଆମେ ସୈଦ୍ଧାନ୍ତିକ ଭାବେ ସମର୍ଥନ କରୁଛୁ, କିନ୍ତୁ ଏହି ବିଷୟରେ ସବୁ ଦଳ ସହିତ କଥାବାର୍ତ୍ତା କରି ନିଷ୍ପତ୍ତି ନେବା ଦରକାର।  

ବିଶେଷ ସୂତ୍ର ଅନୁସାରେ ଜଣାପଡ଼ିଛି ଯେ, ଉଦ୍ଧବ ଠାକରେଙ୍କ ଦଳ ଏକକ ନାଗରିକ ସଂହିତାକୁ ସମର୍ଥନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦି ସଂସଦର ମୌସୁମି ଅଧିବେଶନରେ ଏହାକୁ ନେଇ ବିଲ୍‌ ଆସେ ତାହେଲେ ପାର୍ଟି ଏହାକୁ ସମର୍ଥନ କରିବ। କିନ୍ତୁ ଏକକ ନାଗରିକ ସଂହିତା ଉପରେ ସମସ୍ତେ ବିଜେପିର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ କରୁଛନ୍ତି କିନ୍ତୁ ଅଧିକାଂଶ ଦଳ ନିୟନ୍ତ୍ରଣରେ ଆଲୋଚନା କରୁଛନ୍ତି। ଅନ୍ଯପଟେ ଏନସିସି ନେତା ଶରଦ ପାୱାର ତାଙ୍କ ଦଳର ନେତାମାନଙ୍କୁ ୟୁସିସି ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି। ଏନସିପି ମୁଖ୍ୟଙ୍କୁ ଲାଗୁଛିଯେ, ସେ ଏହି ମାମଲାରେ ସରକାରଙ୍କ ସମର୍ଥନ ଦେଇପାରିବେ ନାହିଁ ଯଦି ବି ସେ ୟୁସିସି ବିରୋଧରେ କହିବେ ତାହେଲେ ପରିସ୍ଥିତି ଜଟିଳ ହୋଇଯିବ।

ସେହିପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପାଇଁ ଏହି ମାମଲା ବୈଚାରିକ। ସେ ସବୁବେଳେ ଏକକ ନାଗରିକ ସଂହିତାକୁ ସମର୍ଥନ ଦେଇ ଆସିଛନ୍ତି। ଏବେ ସେ ଏନସିପି ଓ କଂଗ୍ରେସ ସହିତ ମେଣ୍ଟରେ ଥାଇପାରନ୍ତି କିନ୍ତୁ ଯଦି ସେ ୟୁସିସି ବିରୋଧରେ ଯିବେ ତାହେଲେ ବିଜେପି ତାଙ୍କ ଉପରେ ହିନ୍ଦୁତ୍ୱ ସହିତ ବୁଝାମଣା କରୁଛନ୍ତି  ବୋଲି ଅଭିଯୋଗ ଆଣିପାରେ। ଏପରି ସ୍ଥିତିରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ତାଙ୍କ ଉପରକୁ କୌଣସି ଅଭିଯୋଗ ଆସୁ ବୋଲି ଚାହୁଁନାହିଁ। ଏହି କାରଣରୁ ଉଦ୍ଧବଙ୍କ ଗୋଷ୍ଠୀ ଏକକ ନାଗରିକ ସଂହିତାକୁ ସମର୍ଥନ ଦେବ ବୋଲି ନିଷ୍ପତ୍ତି ନେଇଛି। ଅନ୍ୟପଟେ ୱାଇଏସଆର କଂଗ୍ରେସ, ବିଜେଡି ଭଳି କିଛି ଅନ୍ୟ ଦଳ ମଧ୍ୟ ଏହି ସମାନ ନାଗରିକ ସଂହିତା ସମର୍ଥନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.