ମହାରାଜା ସିନେମା ହଲରେ ବାଣୀବିହାର ପୁର୍ବତନ ଛାତ୍ରନେତାଙ୍କ ଦାଦାଗିରି, ଫିଲ୍ମ ଷ୍ଟାଇଲେରେ କଲେ ଆତଙ୍କରାଜ: ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | January 26, 2019 IST

ଭୁବନେଶ୍ବର୨୬|୧: ବାଣିବିହାର ପୁର୍ବତନ ଛାତ୍ରନେତାଙ୍କ ଦାଦାଗିରି । ସିନେମା ହଲରେ ବସି ସିନେମା ଦେଖୁଥିବା ବେଳେ ସିନେମା ଦେଖୁଥିବା ଝିଅ ମାନଙ୍କୁ କରିଥିଲେ ଅଶାଳିନ ବ୍ୟବହାର । ଆଉ ଏହାକୁ ପ୍ରତିବାଦ କରିବାକୁ ଯାଇ ଜଣେ ସାମ୍ବାଦିକ ହୋଇଛନ୍ତି ଲହୁ ଲୁହାଣ ।

{"id":78448}

ଆମେ ଯାହା ଚାହିଁବୁ ତାହା କରିବୁ । ଆମର କେହି କିଛି କରିପାରିବେ ନାହିଁ । ସହିଦ ନଗର ଥାନାର କିଛି ଦୁରରେ ଥିବା ଏକ ସିନେମା ହଲରେ ଶନିବାର ପ୍ରାୟ ୧୦ ଜଣ ଛାତ୍ର ଓ ଅଣଛାତ୍ର ସିନେମା ଦେଖୁଥିବା ସମୟରେ ହଲରେ ଥିବା ଅନ୍ୟ ଦର୍ଶକମାନଙ୍କୁ ଗାଳିଗୁଲଜ କରିବା ସହିତ ଯୁବତୀଙ୍କୁ ସିନେମା ଷ୍ଟାଇଲରେ ଅଭଦ୍ର ବ୍ୟବହାର କରିଥିଲେ । ଏପରିକି ସିନେମା ଦେଖା ଏମାନଙ୍କର ଥିଲା ଏକ ବାହାନା ମାତ୍ର ।

{"id":78449}

ଏଠାରେ ଏହି ଯୁବକ ମାନେ ନିଜକୁ ସିନେମା ହଲର ମାଲିକ ଭଳି ଅନ୍ୟକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ଦେଖି କିଛି ସିନେମା ଦେଖୁଥିବା ବ୍ୟକ୍ତି ବିରୋଧ ମଧ୍ୟ କରିଥିଲେ ।ଏହି ଯୁବକଙ୍କ ଅଭଦ୍ରାମିର ସୀମା ଉଲଙ୍ଘନ ଦେଖି ହଲରେ ସିନେମା ଦେଖିବାକୁ ଯାଇଥିବା ଜଣେ ସାମ୍ବାଦିକ ଏହାକୁ ବିରୋଧ କରିଥିଲେ । ବାସ ଏହାପରେ ସେହି ୧୦ଜଣଯାକ ଯୁବକ ସାମ୍ବାଦିକଙ୍କ ଉପରକୁ ଝାମ୍ପି ପଡିବା ସହିତ ତାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ ।

{"id":78450}

ଏହି ଘଟଣାରେ ସାମ୍ବାଦିକ ଜଣକ ତୁରନ୍ତ ସହିଦ ନଗର ଥାନା ପୋଲିସକୁ ଖବର ଦେଇଥିଲେ । ସହିଦ ନଗର ଥାନାର ପିସିଆର ଘଟଣା ସ୍ଥଳରେ ପହଁଚି ଗଣ୍ଡଗୋଳ କରୁଥିବା ପିଲାଙ୍କ ମଧ୍ୟରୁ ଜଣେ ଦୁଇଜଣଙ୍କୁ ଥାନାକୁ ଆଣିଥିଲେ । ଏପରିକି ମାଡ ଖାଇଥିବା ସାମ୍ବାଦିକଙ୍କୁ ପୋଲିସ ଏକ ଏତଲା ଦେବାପାଇଁ ପରାମର୍ଶ ଦେଇଥିଲେ । ହେଲେ କିଛି ସମୟପରେ ସେହି ଯୁବକଙ୍କୁ କିଛି ପଚରା ଉଚୁରା ନକରି ପୋଲିସ ଛାଡି ଦେଇଥିଲା ।

{"id":78451,"width":580,"height":325}

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହା ପ୍ରେସରରେ ଅପରାଧୀଙ୍କୁ  ଥାନାରୁ ଛାଡିଦିଆଗଲା । ଏହି ଯୁବକ ମାନେ ବିଭିନ୍ନ ସପିଂ ମଲରେ ପୁର୍ବରୁ ପଶି ଏହିଭଳି କାଣ୍ଡ କରୁଥିବା ଅଭିଯୋଗ ହୋଇଛି । ପୋଲିସ ତୁରନ୍ତ ଏହି ଯୁବକ ମାନଙ୍କୁ ଚିହ୍ନଟ କରି ଗିରଫ କରିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.