ଛତ୍ରପୁର ୦୪।୦୭ : ୧୧ ବର୍ଷ ପରେ ପୋଲିସକୁ ମିଳିଲା ସଫଳତା । ଗ୍ରୀନ୍ ଇଣ୍ଡିଆ ଗଞ୍ଜାମ ଜିଲ୍ଲା ମୁଖ୍ୟ ଗିରଫ । ହିଞ୍ଜିଳା ଥାନା ରାଳବ ଗାଁର ରଞ୍ଜନ ପରିଡ଼ାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ ।
ଖବର ଅନୁଯାୟୀ, ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବାର ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ତଦନ୍ତ କରି ସଂସ୍ଥା ମୁଖ୍ୟକୁ ଗିରଫ କରିଥିଲା । ହେଲେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଭାବେ କାମ କରୁଥିବା ରାଳବ ଗାଁ ରଞ୍ଜନ ପରିଡ଼ା ଫେରାର ଥିଲେ । ରଞ୍ଜନ ପରିଡାଙ୍କ ନାଁରେ ୧୦ କୋଟି ଟଙ୍କାର ଠକେଇ କରିଥିବାର ଅଭିଯୋଗ ରହିଥିଲା । ୨୦୧୪ ମସିହାରେ ଫେରାର ଥିବା ରଞ୍ଜନ ପରିଡ଼ାକୁ ଶେଷରେ ଗିରଫ କରିଛି ପୋଲିସ । ବ୍ରହ୍ମପୁରରୁ ଗିରଫ କରିଛି ଜଗନ୍ନାଥ ପ୍ରସାଦ ପୋଲିସ । ସେହିପରି ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜାରି ରଖିଛି ପୋଲିସ ।