ଉଜ୍ଜ୍ୱଳା ଯୋଜନାର ୪.୧୩ କୋଟି ହିତାଧିକାରୀ ଥରେ ବି ରିଫିଲ କରିନାହାନ୍ତି ସିଲିଣ୍ଡର: ସରକାର

Published By : Prameya-News7 Bureau | August 01, 2022 IST

ନୂଆଦିଲ୍ଲୀ ୧।୮: ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ୪.୧୩ କୋଟି ହିତାଧିକାରୀ ଥରେ ବି ସିଲିଣ୍ଡର ରିଫିଲ କରିନାହାନ୍ତି। ସେହିପରି ୭.୬୭ କୋଟି ହିତାଧିକାରୀ ଥରେ ଲେଖାଏଁ ସେମାନଙ୍କ ସିଲିଣ୍ଡର ରିଫିଲ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଜବାବରେ ଏହି ଉତ୍ତର ରଖିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏ ସମ୍ପର୍କରେ  ଏକ ଲିଖିତ ପ୍ରଶ୍ନ ରଖିଥିଲେ।

{"id":664695,"width":842,"height":631,"sizeSlug":"full","linkDestination":"none"}

ଖଡଗେ କେନ୍ଦ୍ର ସରକାରଙ୍କ ପିଏମୟୁୱାଇର ଏପରି ହିତାଧିକାରୀଙ୍କ ବିବରଣୀ ମାଗିଥିଲେ ଯେଉଁମାନେ ଗତ ୫ ବର୍ଷରେ ଥରେ ସିଲିଣ୍ଡର ରିଫିଲ କରିଛନ୍ତି କି ନା।  ତେଲି ତଥ୍ୟ ରଖି ଏହି ବିବରଣୀ ଦେଇଥିଲେ। ଏଥିରେ ୨୦୧୭-୧୮ରେ ୦.୪୬ କୋଟି ପିଏମୟୁୱାଇ ଯୋଜନା ହିତାଧିକାରୀ ସିଲିଣ୍ଡର ରିଫିଲ କରିନଥିଲେ ବୋଲି ଉଲ୍ଲେଖ କରିଛନ୍ତି। ତେବେ ୧.୧୯ କୋଟି ହିତାଧିକାରୀ ଥରଟିଏ ଲେଖାଏଁ ସିଲିଣ୍ଡର ରିଫିଲ କରିଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

{"id":664696,"sizeSlug":"full","linkDestination":"none"}

ତେଲିଙ୍କ ଅନୁସାରେ ୨୦୧୮-୧୯ରେ ୧.୨୪ କୋଟି, ୨୦୧୯-୨୦ରେ ୧.୪୧ କୋଟି, ୨୦୨୦-୨୧ରେ ୦.୧୦ କୋଟି ଓ ୨୦୨୧-୨୨ରେ ୧.୦୮ କୋଟି ହିତାଧିକାରୀ କେବଳ ଥରଟିଏ ସିଲିଣ୍ଡର ରିଫିଲ କରିଥିବା ସୂଚିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୦୨୧-୨୨ରେ ୩୦.୫୩ କୋଟି ଘରୋଇ ଗ୍ରାହକଙ୍କ ମଧ୍ୟରୁ ୨.୧୧ କୋଟି ଗ୍ରାହକ ସିଲିଣ୍ଡର ରିଫିଲ କରିନାହାନ୍ତି। ତେବେ ୨.୯୧ କୋଟି ଘରୋଇ ଗ୍ରାହକ ଥରଟିଏ ଲେଖାଏଁ ସିଲିଣ୍ଡର ରିଫିଲ କରିଛନ୍ତି। ତେବେ ପରିବାରଙ୍କ ଦ୍ୱାରା ଘରୋଇ ଏଲପିଜି ସିଲିଣ୍ଡରର ଖର୍ଚ୍ଚ ସେମାନଙ୍କ ଖାଇବା ଅଭ୍ୟାସ, ପରିବାରର ଆକାର ଓ ରୋଷେଇ ଅଭ୍ୟାସ ସାଙ୍ଗକୁ ବିକଳ୍ପ ଇନ୍ଧନ ଉପଲବ୍ଧତା ଆଦି ଅନେକ କାରଣ ରହିଛି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.