ଭାରସାମ୍ୟ ହରାଇ ଧକ୍କା ଦେଲା ଗୋରୁ ଗାଡି, ସରକାରୀ କିରାଣୀଙ୍କ ମୃତ୍ୟୁ

Published By : Prameya-News7 Bureau | November 17, 2021 IST

ସୋର ୧୭।୧୧: ଦୁର୍ଘଟଣାରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ସମ୍ମୁଖରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ସରକାରୀ କିରାଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି ସଞ୍ଜୟ ସାହୁ । ଭଦ୍ରକ ଜିଲ୍ଲା କୁଆଁସ ଅଞ୍ଚଳରେ ସଞ୍ଜୟ ସାହୁ ସୋର ସାଳନ୍ଦୀ କେନାଲ ଡିଭିଜନରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ବୁଧବାର ଅଫିସକୁ ଯାଉଥିବା ବେଳେ ସିମୁଳିଆ ଥାନା ପାଖରେ ଠିଆ ହୋଇଥିବା ଗୋରୁ ଗାଡି ଭାରସାମ୍ୟ ହରାଇ ଧକ୍କା ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ସିମୁଳିଆ ତହସିଲଦାରଙ୍କ ଗାଡି ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.