ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦୁଝରରେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ

Published By : Prameya-News7 Bureau | November 15, 2023 IST

କେନ୍ଦୁଝର ୧୫।୧୧: ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ କେନ୍ଦୁଝରରେ ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ । ଏହି ଅବସରରେ କେନ୍ଦୁଝର ଅଡିଟୋରିୟମ୍ ଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହାମହିମ ରାଜ୍ୟପାଳ ଯୋଗ ଦେଇଥିଲେ । ବିର୍ସା ମୁଣ୍ଡାଙ୍କର ଜନ୍ମଜୟନ୍ତୀରେ ଝାଡଖଣ୍ଡରୁ ବିକଶତି ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଦେଶର ଆଦିମ ଜନଜାତି ଓ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ପାଇଁ ଆଜି ଗୋଟିଏ ବିଶେଷ ଦିନ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଦିମ ଜନଜାତି ଓ ଆଦିବାସୀମାନଙ୍କର ସମ୍ପୂର୍ଣ୍ଣ ବିକାଶ କରିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଛି । ଓଡିଶାରେ ୧୩ ଗୋଟି ଆଦିମ ଜନଜାତି ଥିବାବେଳେ, ଏହି ଯୋଜନା ଅନ୍ତର୍ଗତ କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକରେ ୨ଟି ରଥ ପରିଭ୍ରମଣ କରି ଗରିବ ଓ ଆଦିବାସୀମାନଙ୍କୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରିବ । ଫଳରେ, ଗ୍ରାମାଞ୍ଚଳରେ ଥିବା ଗରିବ, ଆଦିବାସୀ, ନିଷ୍ପେସିତ ଲୋକମାନେ ଏହସବୁ ଯୋଜନାର ସୁଫଳ ପାଇପାରିବେ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । 

You Can Read :

wp:embed {"url":"https://www.prameyanews7.com/dharmendra-pradhan-write-letter-to-cm-naveen-patnaik-for-pm-shri-school/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dharmendra-pradhan-write-letter-to-cm-naveen-patnaik-for-pm-shri-school/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.