ଏମିତି ନିୟମ କରିବାକୁ ଯାଉଛନ୍ତି ସରକାର, ଏବେ ଡାଲିଚାଉଳ ଦୋକାନରେ ବି ମିଳିବ ଠିପି ବନ୍ଦ ବିଦେଶୀ ମଦ

Published By : Prameya-News7 Bureau | August 19, 2019 IST

ରାଞ୍ଚୀ :  ସାଧାରଣ ଡାଲିଚାଉଳ ଦୋକାନରେ ବି ଏଣିକି ବିକ୍ରି ହେବ ଠିପି ବନ୍ଦ ବିଦେଶୀ ମଦ। ଫଳରେ ଲୁଚା ଚୋରାରେ ଚାଲିଥିବା ଅବୈଧ ନିଶା କାରବାର ନିୟନ୍ତ୍ରିତ ହେବା ସହ ରାଜ୍ୟର ରାଜସ୍ୱ ଆୟ ମଧ୍ୟ ବୃଦ୍ଧି ହେବ। ଏ ନେଇ ଝାରଖଣ୍ଡ ଉତ୍ପାଦ ବିଭାଗର ପ୍ରସ୍ତାବକୁ ରାଜ୍ୟ ଅବକାରୀ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ପୁନର୍ବାର ସମୀକ୍ଷା ନିମନ୍ତେ ବିଭାଗକୁ ଫେରାଇଦେଇଛନ୍ତି। ଯଦି ସମୀକ୍ଷା ବାଦେ ପ୍ରସ୍ତାବ ପୁଣି ଅନୁମୋଦନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଏ ଓ ଏହାକୁ ମଞ୍ଜୁରି ମିଳେ ତେବେ ଲୋକେ ସଉଦା ଦୋକାନରୁ ମଦ କିଣିପାରିବେ।

{"id":146150}

ରାଜ୍ୟର ଛୋଟଛୋଟ ସହର ଓ ଆବାସିକ ଅଞ୍ଚଳକୁ ଏଥିରେ ଉତ୍ପାଦ ବିଭାଗ ଟାର୍ଗେଟ୍ କରିଛନ୍ତି। ଏହି ସବୁ ଅଞ୍ଚଳର ଲୋକେ ଲାଇସେନ୍ସୀ ଦୋକାନ ଅପେକ୍ଷା ଅଧିକ ପରିମାଣରେ ରନ୍ଧା ମଦ ଉପରେ ନିର୍ଭର କରୁଛନ୍ତି। ଏଣୁ ସଉଦା ଦୋକାନରେ ଲୋକେ ବିଦେଶୀ ମଦ ପାଇଲେ ଆଉ ଲୋକଙ୍କ ହାତ ରନ୍ଧା ମଦ ପ୍ରତି ଆଗ୍ରହୀ ହେବେ ନାହିଁ। ଏଣୁ ରାଜ୍ୟରେ ଅବୈଦ୍ଧ ନିଶାକାରବାର ନିୟନ୍ତ୍ରିତ ହେବା ସହ ସରକାରଙ୍କ ରାଜସ୍ୱ ଆୟ ବି ବଢିପାରିବ।

{"id":146151,"width":581,"height":581}

ତେବେ ସବୁ ଡାଲିଚାଉଳ ଦୋକାନକୁ ଏଥିଲାଗି ଅନୁମତି ମିଳିବ ନାହିଁ। ଏଥିଲାଗି ଉତ୍ପାଦ ବିଭାଗ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ରାଜ୍ୟର ନଗରନିଗମ ଅଞ୍ଚଳମାନଙ୍କ କେବଳ ସେହି ରେସନ ଦୋକାନମାନଙ୍କୁ ଏହି ଅନୁମତି ମିଳିବ ଯେଉଁମାନେ ବାର୍ଷିକ ୩୦ଲକ୍ଷରୁ ଅଧିକ ଜିଏସଟି ରିଟର୍ଣ୍ଣ ଦାଖଲ କରୁଛନ୍ତି। ତେବେ ଏଥିଲାଗି ବିଭାଗ ଦର୍ଶାଇଥିବା ସବୁ ପାଳିକାର ଅର୍ଥ ନଗରନିଗମ, ନଗର ପରିଷଦ ଓ ନଗର ପଞ୍ଚାୟତ ବୋଲି କହିଛନ୍ତି। ଯଦି ବିଭାଗର ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀମଣ୍ଡଳର ମଞ୍ଜୁରି ମିଳିଲା ତେବେ ସହରାଞ୍ଚଳର ପାନ ଓ ସିଗାରେଟ୍ ଦୋକାନୀ ବି ଲାଇସେନ୍ସ ନେଇ ବିୟର ଓ ଠିପିବନ୍ଦ ବିଦେଶୀ ମଦର ଖୁଚୁରା କାରବାର କରିପାରିବେ। ତେବେ ଏଥିଲାଗି ସେମାନଙ୍କ ନିମନ୍ତେ  କୋଟା ନିର୍ଦ୍ଧାରିତ ହେବ ନାହିଁ । ଯାହାର ଫାଇଦା ଛୋଟମୋଟ ବ୍ୟବସାୟୀ ବି ପାଇପାରିବେ।

{"id":146152}

ଏବେ ଝାରଖଣ୍ଡରେ ଖୁଚୁରା ମଦ ବିକ୍ରୟ ଲାଗି ଦୋକାନ ବନ୍ଦୋବସ୍ତ ଓ ସଞ୍ଚାଳନ ନିୟମ ୨୦୧୮ ଅନୁସାରେ ବାର୍ଷିକ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସଟି ରିଟର୍ଣ୍ଣ ଭରୁଥିବା ସଂସ୍ଥାନଙ୍କୁ ହିଁ ମଦ ବିକ୍ରୟ ଲାଗି ଲାଇସେନ୍ସ ମିଳିପାରୁଛି। ହେଲେ ନିଜ ଦୋକାନରେ ମଦ ବିକ୍ରୟ ଲାଗି ବ୍ୟବସାୟୀମାନେ ଆଗ୍ରହୀ ହେଉ ନଥିବାରୁ ବିଭାଗ ନୀତି କୋହଳ କରିବା ଲାଗି ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି। ଏଥିରେ  ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିଏସଟି କୋହଳ କରାଯାଇଛି। ଫଳରେ ୩୦ ଲକ୍ଷ ଟଙ୍କା ଜିଏସଟି ରିଟର୍ଣ୍ଣ ଦାଖଲକରୁଥିବା ବ୍ୟବସାୟୀ ଚାହିଁଲେ ଦୋକାନରେ ରଖି ମଦ ଖୁଚୁରା ବିକ୍ରୟ କରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.