IRCTC ରେ ସରକାର ବିକିବେ ୫ % ଅଂଶଧନ, ପ୍ରତି ଶେୟାରର ଦାମ୍...

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ, ୧୪/୧୨: ଆଇଆରସିଟିସିରେ ସରକାର ବିକିବେ ଶେୟାର। ଆଇଆରସିଟିସିରେ ୫% ଶେୟାର ବିକ୍ରି କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆସନ୍ତା ୧୫ ଏବଂ ୧୬ ଡିସେମ୍ବରରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ଏବଂ ନାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ରେ ଅଫର୍ ଫର୍ ସେଲ୍ ମାଧ୍ୟମରେ ଆଇଆରସିଟିସିର ୫ ପ୍ରତିଶତ ଅଂଶଧନ ବିକିବେ। ସରକାର ପ୍ରତି ଶେୟାର ପିଛା ୬୮୦ ଟଙ୍କା ନିର୍ଦ୍ଦାରିତ କରାଯାଇଛି।

ସୂଚନାଯୋଗ୍ୟ, ଆଇଆରସିଟିସିରେ ବର୍ତ୍ତମାନ ସରକାରଙ୍କ ୬୭.୪% ଅଂଶଧନ ରହିଛି। ଏହି ପରି ଭାବରେ ବିଭିନ୍ନ କ୍ଷେତ୍ରର ଶେୟାର ବିକ୍ରି କରି ୨୦୨୨-୨୩ ଆର୍ଥିକ ବର୍ଷରେ ୬୫ ହଜାର କୋଟି ସଂଗ୍ରହ କରିବା ନେଇ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ଆଇଆରସିଟିସି ତରଫରୁ କୁହାଯାଇଛି ଯେ ଓଏଫଏସ ମାଧ୍ୟମରେ ୪ ଲକ୍ଷ ଇକ୍ବିଟି ଶେୟାର ଉପସ୍ଥାପନ କରାଯିବ। ଓଏଫଏସରେ ଉପସ୍ଥାପନ କରାଯିବ ସମୁଦାୟ ଶେୟାରର ୦.୫ % ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.