ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷର ଅନୁକମ୍ପା ରାଶି ପ୍ରଦାନ କଲେ ସରକାର

Published By : Prameya-News7 Bureau | September 26, 2021 IST

ପାଟଣା ୨୬/୦୯: ମୃତ ଅରିନ୍ଦମଙ୍କ ପରିବାରକୁ ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ । ଏକ ଦୁଃଖଦ ଘଟଣାକ୍ରମରେ ଓ ଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କର ଅକାଳ ବିୟୋଗ ପରେ ରାଜ୍ୟ ସରକାର ତାଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଅର୍ଥ ରାଶି ଚେକ ମାଧ୍ୟମରେ ଅସିବା ପରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶ କ୍ରମେ ରବିବାର କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ତାଙ୍କ ପୈତୃକ ଗାଁରେ ପହଞ୍ଚି ଚେକ୍ ମାଧ୍ୟମରେ ଏହି ଟଙ୍କା ଅରିନ୍ଦମଙ୍କ ପତ୍ନୀ ସମୀକ୍ଷା ବେହେରାଙ୍କୁ ପ୍ରଦାନ କରିଥିଲେ ।

ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ଚେକ୍ ପ୍ରଦାନ ସମୟରେ ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦେଶକ ସଞ୍ଜୀବ କୁମାର ବାରିକ, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ରାଜ୍ୟ ସରକାରଙ୍କ ତରଫରୁ ପ୍ରେରିତ ହୋଇ ଆସିଥିବା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ଲୋକ ସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.