ସରକାରଙ୍କ ନିଷ୍ପତ୍ତି- ପୁରୁଣା ସରକାରୀ ବସ ହେବ EV, ମିଳିବ ଅଧିକ ସବସିଡି

Published By : Prameya-News7 Bureau | May 23, 2025 IST

ଭୁବନେଶ୍ଵର: ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ଆକ୍ସନ ପ୍ଲାନ। ଏଣିକି ପୁରୁଣା ସରକାରୀ ବସକୁ EV(ଇଲେକ୍ଟ୍ରିକ ଭେଇକିଲ)କୁ କରାଯିବ ପରିବର୍ତ୍ତନ। ବସ ସହ ବିଭିନ୍ନ ବିଭାଗର ସରକାରୀ ଗାଡିକୁ ମଧ୍ୟ ପର୍ଯ୍ୟାୟ କ୍ରମେ EV କରାଯିବ। ଏଥିପାଇଁ ଏକ ଜର୍ମାନ କମ୍ପାନୀ ସହ ସରକାରଙ୍କ ଆଲୋଚନା ଚାଲିଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା। 

ପରିବହନ ମନ୍ତ୍ରୀ କହିଛନ୍ତି, ପେଟ୍ରୋଲ, ଡିଜେଲ ଚାଳିତ ଗାଡିକୁ EVରେ ପରିବର୍ତ୍ତନ କରୁଥିବା ଏହି କମ୍ପାନୀ ଖୁବ ଶୀଘ୍ର ନିଜ ପ୍ଲାଣ୍ଟ ଓଡିଶାରେ ସ୍ଥାପନ କରିବ। ସେହିପରି ଖୁବ ଶୀଘ୍ର ରାଜ୍ୟରେ ନୂଆ EV ପଲିସି ଲାଗୁ କରିବେ ସରକାର। ଏଥିରେ EV ଗାଡି କ୍ରୟ ପାଇଁ ମିଳୁଥିବା ସବସିଡିକୁ ବୃଦ୍ଧି କରାଯିବ। 

ସରକାରଙ୍କ ଆଉ ଏକ ନିଷ୍ପତ୍ତିକ୍ରମେ ରାଜ୍ୟର ସବୁ ସରକାରୀ ଗାଡିରୁ ହଟିବ ନାଲିବତି।  ଏ ନେଇ ଶୁକ୍ରବାର ପରିବହନ ବିଭାଗ ତରଫରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। କିଛି ସରକାରୀ ଅଧିକାରୀ ଏବେ ବି ନାଲିବତି ବ୍ୟବହାର କରୁଥିବା ଅଭିଯୋଗ ଆସୁଛି। ସବୁ ବିଭାଗକୁ ଏହି ନିୟମ ଅନୁ ପାଳନ କରିବାକୁ କୁହାଯାଇଥିବା ପରିବହନ ମନ୍ତ୍ରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.