ପରିବାରରେ ଉପରେ ଖସିପଡିଲା ଦୁଃଖର ପାହାଡ, ୧୨ ଦିନରେ ଡକାଡକି ଚାଲିଗଲେ ୩ ଜଣ

Published By : Prameya-News7 Bureau | December 09, 2022 IST

ଭଦ୍ରକ ୦୯/୧୨: କଥାରେ ଅଛି ଯେ ଦୁଃଖ ଯେତେବେଳେ ଆସେ ସଖା ସହଦୋରଙ୍କୁ ସାଙ୍ଗରେ ଆଣି ଆସେ । ନହେଲେ କଣ ଏମିତି ହୋଇଥାନ୍ତା । ମାତ୍ର ୧୨ଦିନରେ ଘରର ୩ ଜଣ ଆଗ ପଛ ହୋଇ ଅଫେରା ରାଇଜକୁ ଚାଲିଯାଇଥାନ୍ତେ । ଗୋଟେ ପଟେ ଦ୍ଵାଦଶାହ ଭୋଜି ପାଇଁ ରନ୍ଧା ବଢ଼ା ଚାଲିଥିବା ବେଳେ ଅନ୍ୟ ପରେ ଆସିଲା ପୁଣି ଆଉ ଜଣଙ୍କର ମୃତ୍ୟୁର ଖବର ।

ଏକା ସାଙ୍ଗରେ ଦଶାହ ଓ ଦ୍ଵାଦଶ କର୍ମ ଚାଲିଛି । ଟେଣ୍ଟ ବନ୍ଧା ହୋଇଛି, ରୀତି ଅନୁଯାୟୀ ପଡୋଶୀଙ୍କୁ ଭୋଜି ପାଇଁ ରୋଷେଇ ଚାଲିଛି । କିନ୍ତୁ ଏହି ସମୟରେ ଆସିଛି ଆଉ ଏକ ଦୁଃଖଦ ଖବର, ପୁଣି ଘରର ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଉଛି । ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଗୁଆମାଳ ଅଂଚଳର । ଘରର ବଡ ପୁଅ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କର ନଭେମ୍ବର ମାସ ୨୭ତାରିଖରେ ଦିନ ପରେ ୪ ଘଣ୍ଟାରେ ଦେହାନ୍ତ ହେଲା ।

ଘରଲୋକେ ,ସାହି ଭାଇ ଓ ବନ୍ଧୁ ବାନ୍ଧବ, ରୀତିନୀତି ଅନୁଯାୟୀ ସତ୍କାର କଲେ । କିନ୍ତୁ ବିଳମ୍ବିତ ରାତିରେ ପୁଣି ଦୁଃଖ ର ପାହାଡ଼ ଲଦି ହୋଇଗଲା ପରବାର ଉପରେ । ରାତି ପ୍ରାୟ ଗୋଟେରୁ ଦୁଇଟା ମଧ୍ୟ ରେ ବଡ଼ ମଝିଆ ଭାଇ ହରପ୍ରସାଦ ପାଣିଗ୍ରାହୀ ମଧ୍ୟ ଆରପାରିକୁ ଚାଲିଗଲେ । ଏମିତିରେ ଗୋଟିଏ ଦିନ ରେ ଘର ର ଦୁଇ ଜଣ ଙ୍କୁ ବିଦାୟ ଦେଇଥିଲେ ପରିବାର ଓ ଆତ୍ମୀୟ ସ୍ୱଜନ । ଠିକ ଏତିକି ବେଳେ ପୁଣି ଏକ ଅଘଟଣ ଅପେକ୍ଷା କରିଥିଲା । ଆଉ ଦ୍ଵାଦଶହ ଦିନ ଦୁର୍ଘଟଣା ରେ ଚାଲିଗଲେ ଭାଇ ବୋହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.