ଗୋରୁ ବୋଝେଇ ଟ୍ରକ ଜବତ, ବେଆଇନ ଚାଲାଣ ବେଳେ ୧୫ ଗୋରୁ ଉଦ୍ଧାର
27/05/2023 at 1:06 PM

କେନ୍ଦୁଝର ୨୭/୦୫: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଗୋରୁ ବୋଝେଇ ଟ୍ରକ୍କୁ ଜବତ କରିଛି ତୁରୁମୁଙ୍ଗା ପୋଲିସ । ୪୯ ନମ୍ବର ଜାତୀୟ ରାଜପଥର ଝାରବେଡା ନିକଟରୁ ଗୋରୁ ବୋଝେଇ ଟ୍ରକକୁ ଜବତ କରିଛି ତୁରୁମୁଙ୍ଗା ପୋଲିସ ।
ଟ୍ରକ ଭିତରୁ ୧୫ରୁ ଗୋରୁ ଉଦ୍ଧାର କରାଯାଇଛି । ସମସ୍ତ ଗୋରୁଙ୍କୁ ଉଦ୍ଧାର ପରେ କରଞ୍ଜିଆ ଗୋ ଶାଳାକୁ ପଠାଇଛି ପୋଲିସ । ଚଢ଼ାଉ ବେଳେ ଘଟଣା ସ୍ଥଳରୁ ଗୋ ମାଫିଆ ଫେରାର ହୋଇ ଯାଇଛି । ପୋଲିସ ଟ୍ରକ୍କୁ ଜବତ କରି ତଦନ୍ତ କରୁଛି ।

ସୂଚନା ଥାଉକି, ଜାତୀୟ ରାଜପଥରେ ବେଆଇନ୍ ଭାବେ ଗୋ ଚାଲାଣ ହେଉଥିଲା । କିନ୍ତୁ ପୂର୍ବ ସୂଚନା ଅନୁଯାୟୀ ଚଢାଉ କରିଥିଲା ପୋଲିସ । ଆଉ ଚଢାଉରେ ପୋଲିସ୍କୁ ମିଳଥିଲା ସଫଳତା । ତେବେ ଘଟଣାସ୍ଥଳରୁ ଗୋ-ମାଫିଆ ଫେରାର୍ ହୋଇଯାଇଛି । ସେପଟେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛି ସେନେଇ ଖୋଳତାଡ କରୁଛି ପୋଲିସ ।