୩୨୦୦ କର୍ମଚାରୀଙ୍କୁ ଛଟେଇ କରିବ ଗୋଲ୍ଡମ୍ୟାନ୍ ସ୍ୟାକ୍ସ: ରିପୋର୍ଟ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ, ୦୯/୦୧: ସାରା ବିଶ୍ବରେ ଲାଗିରହିଥିବା ଅସ୍ଥିର ଅର୍ଥନୀତି ମଧ୍ୟରେ ଅନେକ କମ୍ପାନୀ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଏହି କ୍ରମରେ ଆମେରିକାର ନିବେଶ ତଥା ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀ ଗୋଳ୍ଡମ୍ୟାନ୍ ସାକ୍ସ ମଧ୍ୟ ଯୋଡ଼ି ହୋଇଯାଇଛି।

କମ୍ପାନୀ ଏହାର ୩,୨୦୦ କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି। କୁହାଯାଉଛି ଏହି ଛଟେଇ ଚଳିତ ସପ୍ତାହରେ ହେବା ନେଇ ରିପୋର୍ଟ ହୋଇଛି। ତେବେ ଏନେଇ ବ୍ୟାଙ୍କ୍ ତରଫରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। କୁହାଯାଉଛି ୩୨୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ ହେବ। ଗତମାସରେ ୪୦୦୦ କର୍ମଚାରୀଙ୍କର ଛଟେଇ ହୋଇଥିଲା। ଯାହାକି କମ୍ପାନୀର ୮ ପ୍ରତିଶତ ଥିଲା।

ତେବେ ଛଟେଇ କମ୍ପାନୀର ଏକ ସାଧାରଣ ପ୍ରକ୍ରିୟା। କାରଣ ପ୍ରତିବର୍ଷ କମ୍ପାନୀ ଏହାର ୧ରୁ ୫ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିଥାଏ। ଏଥିରେ ମୁଖ୍ୟତଃ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କୁ ଛଟେଇ କରିଥାନ୍ତି। କିନ୍ତୁ ବର୍ତ୍ତମାନର ଅସ୍ଥିର ଅର୍ଥନୀତି ମଧ୍ୟରେ କମ୍ପାନୀ ଅଧିକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଅନୁମାନ କରାଯାଉଛି। ଗତବର୍ଷ ଡିସେମ୍ବରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡେଭିଡ୍ ସୋଲୋମନ୍ କର୍ମଚାରୀଙ୍କ ଛଟେଇ ନେଇ ସୂଚନା ଦେଇଥିଲେ। ସେ କହିଥିଲେ ଏନେଇ ସମୀକ୍ଷା କରାଯାଉଛି ସର୍ବନିମ୍ନ ଛଟେଇ କରିବାକୁ ଚେଷ୍ଟା କରାଯାଉଛି।

ନିକଟରେ ଗୋଲ୍ଡମ୍ୟାନ୍ ସାକ୍ସ ଏବଂ ଅନ୍ୟ ନିବେଶକାରୀ ବ୍ୟାଙ୍କଗୁଡ଼ିକର ଆଇପିଓରେ ବଡ଼ କ୍ଷତି ଦେଖିବାକୁ ମିଳିଛି। ତେବେ ଏକ ସର୍ଭେ ଅନୁସାରେ ୨୦୨୨ ଏବଂ ୨୦୨୩ ରେ ସୁଧ ହାରରେ ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି। ଯାହା କମ୍ପାନୀକୁ ଲାଭ ଯୋଗାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.