ମୁମ୍ବାଇ ବିମାନବନ୍ଦରରୁ ୧୯କୋଟିର ସୁନା ଜବତ, ଅନ୍ତଃବସ୍ତ୍ରରେ ଚାଲାଣ କରୁଥିଲେ ମହିଳା

Published By : Prameya-News7 Bureau | June 11, 2024 IST

ମୁମ୍ବାଇ୧୧/୬: ମୁମ୍ବାଇ ବିମାନ ବନ୍ଦରରୁ ଧରାପଡିଛି ପୁଳା ପୁଳା ସୁନା । ଦୁଇଟି ପୃଥକ ମାମଲାରେ ମୁମ୍ବାଇ ଇଣ୍ଟରନାସନାଲ ଏୟାରପୋର୍ଟରେ ୨ଜଣ ବିଦେଶୀ ମହିଳାଙ୍କ ଠାରୁ ୩୨.୭୯ କିଲୋଗ୍ରାମ ସୁନା ଜବତ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୧୯କୋଟି ହେବ । ଏୟାରପୋର୍ଟରେ ଆଫ୍ରିକୀୟ ଦେଶରୁ ଆସୁଥିବା ୨ଜଣ ମହିଳାଙ୍କ ଉପରେ କଷ୍ଟମ ବିଭାଗର ସନ୍ଦେହ ହୋଇଥିଲା । ପରେ ଅଧିକାରୀମାନେ ସେମାନଙ୍କର ତଲାସୀ ନେଇଥିଲେ । ଏହି ସମୟରେ ସେମାନଙ୍କ ଅନ୍ତଃବସ୍ତ୍ର ଓ ଲଗେଜରୁ ୧୯କୋଟିର ସୁନା ମିଳିଛି । ଉଭୟଙ୍କୁ ଗିରଫ କରାଯାଇଥିବାବେଳେ ଅଧିକ ଛାନଭିନ କରାଯାଉଛି । ପୋଲିସ ଡାଳେ ଡାଳେ ଗଲେ ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି । ବିଦେଶରୁ ସୁନା ଚାଲାଣ ବେଳେ କେମିତି ଧରାପଡିବେନି ନୂଆ ନୂଆ ଟେକନିକ ଆପଣାଉଛନ୍ତି ଅପରାଧୀ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.