ଭାରତରେ ଯେତିକି ଅଛି, ନୂଆ ଖଣିରୁ ମିଳିବ ତାର ୫ଗୁଣ ସୁନା : ଦାମ୍ ୧୨ଲକ୍ଷ କୋଟିରୁ ବେଶୀ

Published By : Prameya-News7 Bureau | February 21, 2020 IST

ନୂଆଦିଲ୍ଲୀ ୨୧।୦୨: ସାରା ବିଶ୍ବରେ ସୁନାର ଚଢେଇ କୁହାଯାଉଥିବା ଭାରତ ଏବେ କିଛି ସୀମିତ ସୁନା ମଧ୍ୟରେ ରହିଯାଇଛି । ସାରାବିଶ୍ବର କିଛି ଲୁଟେରା ଦେଶମାନେ ଆସି ଭାରତର ଗଚ୍ଛିତ ଥିବା ସୁନାକୁ ଲୁଟି ନେଇଥିଲେ । ତେବେ ଦେଶରୁ ସୁନା ଲୁଟିବା ସହ ଭାରତରେ ଗଚ୍ଛିଚ ଥିବା ସମ୍ପତ୍ତି ଦିନକୁ ଦିନ ହ୍ରାସ ପାଇବାର ଲାଗିଥିଲା । ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ପ୍ରାୟ ୧୨ଲକ୍ଷ କୋଟି ଟଙ୍କାର ସୁନା ରହିଛି ବୋଲି ଅନୁମାନ କରାଯାଉଛି । ଗଚ୍ଛିତ ଥିବା ସୁନା ପ୍ରାୟ ୩୩୫୦ଟନ୍‌ ଓଜନର ହେବ ବୋଲି ଅନୁମାନ ମଧ୍ୟ କରାଯାଉଛି । world gold council (WCG)ର ଅନୁମାନ ମୁତାବିକ , ବର୍ତ୍ତମାନ ସମୟରେ ଭାରତ ପାଖରେ ପ୍ରାୟ ୬୨୫ଟନ୍‌ ଓଜନର ସୁନା ଭଣ୍ଡାର ଗଚ୍ଛିତ ହୋଇରହିଛି । ସୋନଭଦ୍ରା ଜିଲ୍ଲା ମିଳିଥିବା ସୁନାର ଖବର ଯଦି ସତ ହୁଏ , ତେବେ ଭାରତ ପାଖରେ ଗଚ୍ଛିତ ଥିବା ସୁନାର ପରିମାଣ ଠାରୁ ଏହା ୫ଗୁଣା ହେବ ବୋଲି କୁହାଯାଉଛି । ତେବେ ଅନୁମାନ କରାଯାଇଥିବା ଆକାରରେ ପାହାଡରୁ ସୁନା ମିଳେ , ତେବେ ଭାରତ ସୁନା ରିଜର୍ଭ କରି ରଖିବାରେ ସାରାବିଶ୍ବରେ ୩ୟ ଦେଶ ହୋଇଯିବ ।   

{"id":227263,"sizeSlug":"large"}

ଭାରତର ଭୂ-ତତ୍ବବିଜ୍ଞାନ ସର୍ବେକ୍ଷଣର ସର୍ଭେ ଅନୁଯାୟୀ ପାହାଡରେ ପ୍ରାୟ ୩ହଜାର ଟନ୍‌ରୁ ଅଧିକ ସୁନା ପୋତି ହୋଇ ରହିଛି ବୋଲି ଅନୁମାନ କରାଯାଉଛି । ସର୍ଭେ ସମୟରେ ସୋନାଞ୍ଚଳ ପାହାଡୀରେ ସୁନା ବ୍ୟତୀତ ଲୁହା ଓ ଭାରୀ ମାତ୍ରାରେ ଅନ୍ୟ ଖଣିଜ ପଦାର୍ଥ ରହିଛି । ତେବେ ବର୍ତ୍ତମାନର ସୁନା ଦାମ ହିସାବରେ ପ୍ରାୟ ୧୨ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ ମଧ୍ୟ କରାଯାଉଛି ।  

{"id":227265,"width":580,"height":533,"sizeSlug":"large"}

world gold council (WCG)ରିପୋର୍ଟ ମୁତାବିକ, ଭାରତ ସମେତ ସାରାବିଶ୍ବରେ ସୁନା କାରବାର  ସେଣ୍ଟ୍ରାଲ ବ୍ୟାଙ୍କ କରୁଛି । ଲଗାତର ୧୦ବର୍ଷ ହେଲା ସେଣ୍ଟ୍ରାଲ ବ୍ୟାଙ୍କ ଏହି ସୁନା କାରବାର କରିଆସୁଛି । ୨୦୧୯ରେ ସାରଦୁନିଆରେ ୧୫ ସେଣ୍ଟ୍ରାଲ ବ୍ୟାଙ୍କ ୬୫୦.୩୦ ଟନ୍‌ ସୁନା କିଣିଛି । ଏହାପୂର୍ବରୁ ୨୦୧୮ରେ ୬୫୬.୨ ଟନ୍‌ ସୁନା କିଣିଛି ।

{"id":227266,"sizeSlug":"large"}

WCG ରିପୋର୍ଟରେ କୁହାଯାଇଛି ଯେ, ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ସାରାବିଶ୍ବରେ ୫୦୧୯ଟନ୍‌ ସୁନା କାରବାର କରିଛି । ପ୍ରତିବର୍ଷ ୫୦୦ଟନ୍‌ ହିସାବରେ ସୁନା କିଣାବିକା କରିଛି ବ୍ୟାଙ୍କ । ଏହାପୂର୍ବରୁ ପ୍ରଥମ ଦଶକରେ ବର୍ଷକୁ ୪୪୩ଟନ୍‌ ସୁନା କିଣାବିକା ହୋଇଥାଏ । ତେବେ ପୂର୍ବ ଦଶକ ଅପେକ୍ଷ ଏବେ ୫୭ଟନ୍‌ ଅଧିକ ସୁନା କିଣାବିକା ହୋଇଛି ।

{"id":227267,"sizeSlug":"large"}

ତେବେ ଆସନ୍ତୁ ଜାଣିବା ବିଶ୍ବର ବଡ ବଡ ସୁନା ଖଣି କେଉଁଠାରେ ଓ କେଉଁ ଦେଶରେ କେତେ ସୁନା -

ସାରାବିଶ୍ବରେ ସବୁଠାରୁ ବଡ ସୁନାର ଭଣ୍ଡାର ଆମେରିକା ପାଖରେ ରହିଛି । ପ୍ରଥମ ସ୍ଥାନରେ ଥିବା ଆମେରିକା ନିକଟରେ ୮,୧୩୩ଟନ୍‌ ସୁନା ରହିଛି । ଯାହା ତାର ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରର ୭୬.୯ପ୍ରତିଶତ । ଦ୍ବିତୀୟ ସ୍ଥାନରେ ଜର୍ମାନୀ ରହିଛି । ଜର୍ମାନୀ ନିକଟରେ ୩୩୬୬.୮ଟନ୍‌ ସୁନା ରହିଛି । ଗୋଲ୍ଡ ରିଜର୍ଭରେ ତୃତୀୟ ସ୍ଥାନରେ ଇଟାଲୀ ରହିଛି । ଇଟାଲୀ ନିକଟରେ ୨୪୫୧.୮ଟନ୍‌ ସୁନା ରହିଛି । ଯାହା ପୁରା ବିଦେଶୀ ମୁଦ୍ରା ଭଣ୍ଡାରର ୬୮.୪ପ୍ରତିଶତ । ସୁନା ରିଜର୍ଭ ରଖିବାରେ ଚତୁର୍ଥ ସ୍ଥାନରେ ଫ୍ରାନ୍ସ ରହିଛି । ଫ୍ରାନ୍ସ ନିକଟରେ ୨,୪୩୬ଟନ୍‌ ସୁନା ମହଜୁଦ ରହିଛି । ପଞ୍ଚମ ସ୍ଥାନରେ ରୁଷ ରହିଛି । ରୁଷ ନିକଟରେ ୨୨୪୧.୯ଟନ୍‌ ସୁନା ରହିଛି । ଯାହା ତାର ବିଦେଶୀ ମୁଦ୍ରା ଭଣ୍ଡାରର ୨୦.୨ପ୍ରତିଶତ ।

{"id":227268,"sizeSlug":"large"}

ଆମ ପଡୋଶୀ ଦେଶ ଚୀନ୍‌ ଷଷ୍ଠ ସ୍ଥାନରେ ରହିଛି । ଚୀନ ନିକଟରେ ପ୍ରାୟ ୧୯୮୪.୩ ସୁନା ରହିଛି । ଯାହା ଏହାର ବିଦେଶୀ ମୁଦ୍ରା ଭଣ୍ଡାରର ୨.୯ପ୍ରତିଶତ ରହିଛି । WCG ରିପୋର୍ଟ ଅନୁସାରେ ସପ୍ତମ ସ୍ଥାନରେ ସ୍ବୀଜରଲ୍ୟାଣ୍ଡରେ ରହିଛି । ଏହି ଦେଶ ନିକଟରେ ୧,୦୪୦ଟନ୍‌ ସୁନା ଗଚ୍ଛିତ ରହିଛି । ଅଷ୍ଟମ ସ୍ଥାନରେ ଜାପାନ ରହିଛି । ଜାପାନ ନିକଟରେ ୭୬୫.୨ ଟନ୍‌ ସୁନା ରହିଛି । ଯାହା ଏହାର ବିଦେଶୀ ମୁଦ୍ରା ଭଣ୍ଡାରର ୨.୮ପ୍ରତିଶତ । ସେହିପରି ରିପୋର୍ଟ ଅନୁସାରେ ଭାରତ ନବମ ସ୍ଥାନରେ ରହିଛି । ଭାରତ ନିକଟରେ ପ୍ରାୟ ୬୨୬ଟନ୍‌ ସୁନା ଗଚ୍ଛିତ ହୋଇ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.