ଗୀତା ମିତ୍ତଲ ଜମ୍ମୁକାଶ୍ମୀର ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି

Published By : Prameya-News7 Bureau | August 11, 2018 IST

ଜମ୍ମୁକାଶ୍ମୀର ୧୧/୮ : ଜମ୍ମୁକାଶ୍ମୀର ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଗୀତା ମିତ୍ତଲ । ଶ୍ରୀନଗରସ୍ଥିତ ରାଜଭବନରେ ଅନୁଷ୍ଠିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଏନଏନ ଭୋରା । ଶପଥ ନେବାପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଏନଏନ ଭୋରା । ଏହା ପୂର୍ବରୁ ସେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଥିଲେ । ୧୯୫୮ ମସିହା ଡିସେମ୍ବର ୯ତାରିଖରେ ଜନ୍ମଗ୍ରହଣ କରିଥିଲେ ଗୀତା ମିତଲ । ସେ ୨୦୦୪ମସିହା ଜୁଲାଇ ୧୬ତାରିଖରେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେ ୨୦୦୬ ମସିହା ଫେବୃଆରୀ ୨୦ରୁ ସ୍ଥାୟୀ ବିଚାରପତି ଭାବେ ପରିଗଣିତ ହୋଇଥିଲେ । ୨୦୦୮ ମସିହା ଅଗଷ୍ଟ ପର୍ଯ୍ୟନ୍ତ ଜଷ୍ଟିସ ମିତ୍ତଲ ଦିଲ୍ଲୀ ନ୍ୟାସନାଲ ଲ’ ୟୁନିଭରସିଟି ଗର୍ଭନିଙ୍ଗ କାଉନସିଲର ସଦସ୍ୟ ଥିଲେ । ସେ ୨୦୧୩ ପର୍ଯ୍ୟନ୍ତ ଇଣ୍ଡିଆନ ଲ’ ଇନଷ୍ଟିଚ୍ୟୁଟର ଗର୍ଭନିଙ୍ଗ କାଉନସିଲର ସଦସ୍ୟ ମଧ୍ୟ ଥିଲେ । ପରେ ସେ ପ୍ରଶାସନିକ କମିଟିକୁ ମନୋନୀତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.