ମୁଣ୍ଡଳୀ ସେତୁ ଉପରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ମିଳିଲା ଲଭ୍‌ ଲେଟର୍‌

Published By : Prameya-News7 Bureau | June 30, 2022 IST

ଆଠଗଡ଼, ୩୦/୦୬: କଟକ ଆଠଗଡ଼ ଅନ୍ତର୍ଗତ ମୁଣ୍ଡଳୀ ସେତୁ ଉପରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ହେଲେ ସୁରକ୍ଷିତ ଭାବେ ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ଯୁବତୀ ଜଣକ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କ ପାଖରୁ ଗୋଟିଏ ଲଭ୍ ଲେଟର ମିଳିଛି । ଯୁବତୀ ଜଣକ ହେଲେ ମିନାକ୍ଷୀ ବେହେରା (ଛଦ୍ମନାମ)ସେ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।

ମିଳିଥିବା ଲଭ୍‌ ଲେଟରରୁ ଜଣାପଡ଼ିଛି ଯେ ଯୁବତୀ ଜଣକ ଜଣେ ଯୁବକଙ୍କୁ ଭଲ ପାଉଥିଲେ ।

{"id":649833,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.