ଫେବୃଆରୀରେ ପୃଥିବୀର ଅତି ନିକଟ ଦେଇ ଯିବ ବିଶାଳକାୟ ଧୂମକେତୁ, ଛାତ ଉପରୁ ଖାଲି ଆଖିରେ ବି ଦେଖିପାରିବେ

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ ୪।୧: ମହାକାଶ ସମ୍ପର୍କିତ ପରିବର୍ତ୍ତନ ଉପରେ ନଜର ରଖୁଥିବା ଲୋକଙ୍କ ଲାଗି ଏପରି ସୁଯୋଗ ଖୁବ୍ କ୍ୱଚିତ ଆସିଥାଏ, ଯେତେବେଳେ କୌଣସି ଧୂମକେତୁକୁ ବିନା ବୈଜ୍ଞାନିକ ଉପକରଣରେ ଖାଲି ଆଖିରେ ଦେଖି ହୁଏ। ସେହିପରି ଏକ ମହାଜାଗତିକ ଘଟଣା ଚଳିତମାସ ଶେଷରେ ଅଥବା ଫେବୃଆରୀ ମାସ ପ୍ରାରମ୍ଭରେ ଆକାଶରେ ଦେଖାଯାଇପାରିବ। ନୂଆକରି ଖୋଜା ଯାଇଥିବା ଏକ ଧୂମକେତୁକୁ ଆମେ ବାସ କରୁଥିବା ଗ୍ରହର ଅତି ନିକଟରେ ଅତିକ୍ରମ କରୁଥିବା ଦେଖି ପାରିବା।

ଏହି ଧୂମକେତୁ ରାତ୍ରି ଆକାଶକୁ ଆଲୋକିତ କରିଦେବ। C/2022E3(ZTF)ନାମକ ଏହି ସ୍ପେସ୍‌ ରକ୍‌କୁ ଗତବର୍ଷ ମାର୍ଚ୍ଚ ମାସରେ ଖୋଜା ଯାଇଥିଲା। ସେତେବେଳେ ଧୂମକେତୁଟି ବୃହସ୍ପତିଙ୍କ କକ୍ଷପଥରେ ଥିଲା। ଏହା ଜାନୁୟାରୀ ୧୨ ତାରିଖରେ ସୂର୍ଯ୍ୟଙ୍କ ଅତି ନିକଟରେ ଓ ସମ୍ଭବତଃ ଫେବୃଆରୀ ୨ ତାରିଖ ବେଳକୁ ପୃଥିବୀର ସବୁଠୁ ନିକଟତର ହେବ। ସାଧାରଣତଃ ଧୂମକେତୁ ଅପ୍ରତ୍ୟାସିତ ଭାବେ ଦେଖାଯାଇଥାନ୍ତି। ଯଦି ଏହାର ଚମକ ରହିଲା ତ ସାଧାରଣ ଟେଲିସ୍କୋପରେ ବି ଏହାକୁ ଦେଖିହେବ।

{"id":728986,"width":839,"height":552,"sizeSlug":"full","linkDestination":"none"}

ଯଦି ଜାନୁୟାରୀ ମାସ ଶେଷ ବେଳକୁ ଅମାବାସ୍ୟା ପକ୍ଷ ରହିଲା ତେବେ ଏହାକୁ ଖାଲି ଆଖିରେ ମଧ୍ୟ ଘରର ଛାତ ଉପରୁ ଦେଖିହେବ। ଏହା ଏତେ ଉଜ୍ଜ୍ୱଳ ହେବ ଯେ ଆକାଶରେ ରାତିର ଅନ୍ଧକାରକୁ ବି ଦୂରେଇ ଦେବ। ଯଦି ଏପରି ହୁଏ ତେବେ ୨୦୨୦ରେ ପୃଥିବୀକୁ ଅତି ନିକଟରେ ଅତିକ୍ରମ କରିଥିବା ‘ନିଓୱାଇଜ୍’ ପରେ ଏହା ଦ୍ୱିତୀୟ ଧୂମକେତୁ ହେବ। ଯାହାକୁ ବିନା କୌଣସି ଉପକରଣରେ ଖାଲି ଆଖିରେ ଦେଖା ଯାଇପାରିବ।

 ନିଓୱାଇଜ୍ କୁ ଆକାଶରେ କେବଳ ଏକ ଦୀର୍ଘ ଧୂଆଁଳିଆ ପୁଛ ଭାବେ ଦେଖାଯାଇଥିଲା। ତେବେ ଇ-୩ ରାତ୍ରିର ଅନ୍ଧାରରେ କେବଳ ଧୁଆଁ ଭଳି ଦେଖାଯିବ। ତେବେ ଚମକ ମାମଲାରେ ଦୁଇ ଧୂମକେତୁଙ୍କର ହେଲ ବପ୍‌ ସହ ତୁଳନା କରାଯାଇ ନପାରେ, ଯାହାକୁ ୧୯୯୭ ମସିହାରେ ଦେଖାଯାଇଥିଲା। ଆସନ୍ତା ଫେବୃଆରୀ ମାସରେ ଦେଖାଯିବା ପରେ ଇ-୩କୁ ଆଗାମୀ ୫୦ ହଜାର ବର୍ଷ ପର୍ଯ୍ୟନ୍ତ ପୁଣି ଥରେ ଦେଖିବାର ସମ୍ଭାବନା ନାହିଁ। ଯଦିଓ ଧୂମକେତୁ ପୃଥିବୀର ଅତି ନିକଟରେ ଯିବ ତଥାପି ପୃଥିବୀରୁ ଏହାର ଦୂରତା ୪୨.୫ ମିଲିୟନ କିଲୋମିଟର ରହିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.