ଅବସର ପୂର୍ବରୁ ବାଜୱା ଜଣାଇଛନ୍ତି ତାଙ୍କର ଶେଷ ଇଚ୍ଛା, ଭାରତ-ପାକିସ୍ତାନ ସମ୍ପର୍କ ଉପରେ କହିଛନ୍ତି ଏହି ବଡ କଥା

Published By : Prameya-News7 Bureau | October 12, 2022 IST

ନୂଆଦିଲ୍ଲୀ ୧୨।୧୦: ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ବାଜୱା ୬ବର୍ଷ କାର୍ଯ୍ୟକାଳ ପରେ ଆସନ୍ତା ମାସରେ ଅବସର ନେବେ। କିଛି ଦିନ ପୂର୍ବରୁ ଜେନେରାଲ ବାଜୱା ଆମେରିକା ଗସ୍ତରେ ଯାଇଥିଲେ।  ଯେଉଁଠାରେ ସେ ଆମେରିକାର ଥିଙ୍କଟ୍ୟାଙ୍କକୁ ଭେଟିଥିଲେ ଏବଂ ଅବସର ପୂର୍ବରୁ ଭାରତ ସହ ସମ୍ପର୍କ ଉପରେ ତାଙ୍କର ଶେଷ ଇଚ୍ଛା ଜାହିର୍ କରିଥିଲେ। ଜେନେରାଲ୍ ବାଜୱା କହିଥିଲେ ଯେ,  ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଭଲ ସମ୍ପର୍କ ଚାହୁଁଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏତେ ଭଲ ହେବା ଉଚିତ ଯେ ନାଗରିକମାନେ ଆଗମନ ସମୟରେ ଯେମିତି ସହଜରେ ଭିସା ସୁବିଧା ପାଇପାରିବେ।

ପାକିସ୍ତାନର ଜଣାଶୁଣା ସାମ୍ବାଦିକ କାମରାନ ୟୁସୁଫ ଖୁଲାସା କରିଛନ୍ତି ଯେ, ଆମେରିକାର ଥିଙ୍କଟ୍ୟାଙ୍କ ସହ ସାକ୍ଷାତ ସମୟରେ ବାଜୱା ଆମେରିକା, ଭାରତ ଏବଂ ଇମ୍ରାନ ଖାନଙ୍କ ସହ ଜଡିତ ଅନେକ ପ୍ରସଙ୍ଗରେ ଉପରେ ନିଜର ମତ ରଖିଛନ୍ତି। ଆମେରିକୀୟ ଥିଙ୍କ ଟ୍ୟାଙ୍କ ସହ ବାର୍ତ୍ତାଳାପ ସମୟରେ ଜେନେରାଲ ବାଜୱା କହିଛନ୍ତି ଯେ, ସେ ପାକିସ୍ତାନକୁ ଏକ ସାଧାରଣ ଦେଶ ଭାବରେ ଦେଖିବାକୁ ଚାହୁଁଛନ୍ତି। ଭାରତ ସହ ପାକିସ୍ତାନର ସମ୍ପର୍କ ଏପରି ହେବା ଉଚିତ ଯେ ଉଭୟ ଦେଶର ନାଗରିକ ଆଗମନ ସମୟରେ ଭିସା ସୁବିଧା ପାଇପାରିବେ ବୋଲି ସେ ଚାହାନ୍ତି।

ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ପରସ୍ପରର ନାଗରିକଙ୍କୁ ବହୁ ଜାଞ୍ଚ୍ ପରେ ଭିସା ଦିଅନ୍ତି। ଜେନେରାଲ ବାଜୱା କହିଛନ୍ତି ଯେ ସେ ପାକିସ୍ତାନକୁ କେବଳ ଏକ ସାଧାରଣ ଦେଶ ଭାବରେ ଦେଖନ୍ତି।  ଯେଉଁଠି ଯେକୌଣସି ଆମେରିକୀୟ ଆଗମନ ସମୟରେ ପାଇପାରିବେ ଭିସା।  ଆମେରିକାକୁ ଅନ୍ୟ ଦେଶ ଯେଉଁ ଆଖିରେ ଦେଖୁଛି ପାକିସ୍ତାନ ସେହି ଆଖିରେ ଦେଖି ନାହିଁ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ହେବା  ଦରକାର। ଚୀନ୍ ସହ ତାଙ୍କର ସମ୍ପର୍କ ଅତ୍ୟନ୍ତ ମଜଭୁଦ ଥିବା ସମୟରେ ବାଜୱା ଏହି ମନ୍ତବ୍ୟ ଦେଇଛନ୍ତି।

ବାଜୱାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ନିଯୁକ୍ତ କରିଥିଲେ। ସେତେବେଳେ ବାଜୱା ଭାରତ ସହ ସମ୍ପର୍କ ସ୍ୱାଭାବିକ କରିବା ସପକ୍ଷରେ ଥିଲେ ଏବଂ କାଶ୍ମୀର ପ୍ରସଙ୍ଗକୁ ସଂଳାପ ମାଧ୍ୟମରେ ସମାଧାନ କରିବାକୁ ଚାହୁଁଥିଲେ। ନିକଟରେ ବାଜୱା କହିଥିଲେ ଯେ,  ଭାରତ-ପାକ୍ ଶତ୍ରୁତାକୁ ଭୁଲି ଦାରିଦ୍ର୍ୟ ଦୂରୀକରଣ ଉପରେ ଧ୍ୟାନ ଦେବା ଉଚିତ୍।

ଏହାସହ ସେ ଦାବି କରିଛନ୍ତି ଯେ, ପଡୋଶୀ ଦେଶ ସହ ସମ୍ପର୍କକୁ ସୁଦୃଢ଼ କରିବାକୁ ପାକିସ୍ତାନ ଖୁବ୍ ଉଦ୍ୟମ କରିଛି।  ସେ ଦକ୍ଷିଣ ଏସିଆରେ ଶାନ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି। ବାଜୱାଙ୍କ ଅନୁମତି ପରେ ପାକିସ୍ତାନର ସେନା ଭାରତ ସହ ଶାନ୍ତି ପାଇଁ ଚେଷ୍ଟା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.