ବଲିଉଡ୍‌କୁ ଫେରିବେ ଜେନେଲିଆ ଦେଶମୁଖ, କହିଲେ- ମା’ ଚରିତ୍ରରେ ଅଭିନୟ କରିବାରେ ଅସୁବିଧା ନାହିଁ

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୦୧/୧୦: ବଲିଉଡ ଅଭିନେତ୍ରୀ ଜେନେଲିଆ ଦେଶମୁଖ ବିବାହ ପ​ରେ ଫିଲ୍ମ କ୍ୟାରିଅର ଠାରୁ ବ୍ରେକ ନେଇଛନ୍ତି। ସେ ନିଜ ପିଲା ଓ ପରିବାରରେ ବ୍ୟସ୍ତ ରହି ନିଜ କ୍ୟାରିଅର ଉପ​‌ରେ ଧ୍ୟାନ ଦେଇ ପାରି ନାହାନ୍ତି। ଏବେ କିନ୍ତୁ ବିଲଉଡକୁ ଫେରିବାକୁ ଚାହାନ୍ତି ଜେନେଲିଆ। ଏ ପାଇଁ ସେ ନିଜ ଇଚ୍ଛା ମଧ୍ୟ ଜାହିର କରିଛନ୍ତି। ପରିବାର ସହ ସମୟ ଅତିବାହିତ କରିବା ସହ ସେ କ୍ୟାମେରାକୁ ମିସ୍ କରୁଥିବା କହିଛନ୍ତି।

ସେ ବାହାଘର ପୂର୍ବରୁ ଏସବୁ  କ୍ଳିୟର କରିଥିଲେ। ତାଙ୍କ ମତରେ ସେ ରିତେଶ ଓ ପିଲାଙ୍କ ସହ ସମୟ ବିତାଇବାକୁ ଚାହୁଁଥିଲେ। ସେମାନଙ୍କ ପାଖାପାଖି ତାଙ୍କୁ ରହିବାର ଥିଲା। ବାହାଘର ପରେ ସେ ଜୀବନର ଅନ୍ୟ ଏକ ଫେଜରେ ବ୍ୟସ୍ତ ରହିଯାଇ ଥିବା କହିଥିଲେ। ସେ ସମୟରେ ଅନ୍ୟ କିଛି କାମରେ ବ୍ୟସ୍ତ ରହିବାକୁ ଚାହୁଁ ନଥିଲେ।

ତେବେ ଏବେ ବଲିଉଡରେ ଯେଭଳି ଭାବେ କାମ ଆସୁଛି ତାକୁ ଦେଖି ସେ ବେଶ୍ ଉତ୍ସାହିତ ଅଛନ୍ତି। ସେ ଏବେ ମଜବୁତ ତଥା ବେଶି ପ୍ରାଧାନ୍ୟ ଥିବା ଚରିତ୍ରରେ ନିଜକୁ ଯୋଡି ପାରୁଛନ୍ତି। ଦୀର୍ଘ ସମୟ ପରେ ବଲିଉଡ୍ ଫେରୁଥିବାରୁ ଏମିତି କିଛି ଚରିତ୍ର ମିଳିବା ଦରକାର ଯାହାକୁ ସେ ଉପଭୋଗ କରିପାରିବେ। ଯାହାର ମଜା ଉଠାଇ ପାରିବେ। ଏପରିକି ​ତାଙ୍କୁ ମା’ ଭୂମିକାରେ ଅଭିନୟ କରିବାରେ ମଧ୍ୟ କିଛି ଅସୁବିଧା ନାହିଁ। ଏହା ସହ ତାଙ୍କ ବୟସର କୌଣସି ଚରିତ୍ର ମିଳିଲେ ସେ ଖୁସିରେ ଅଭିନୟ କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.