Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରାପଡିଲେ ଦୁଇ ଚାଲାଣକାରୀ

3/03/2023 at 12:00 PM

ମୁନିଗୁଡା ୦୩/୦୩: ଗଞ୍ଜେଇ ଚାଲାଣର ଗନ୍ତାଘର ପାଲଟିଛି ରାୟଗଡା ଜିଲ୍ଲା ପଦ୍ମପୁର । ଅଧିକାଂଶ ସମୟରେ ଗଞ୍ଜେଇ ଚାଲାଣ ବେଳେ ଧରାପଡୁଛନ୍ତି ଚାଲାଣକାରୀ । ସେହିଭଳି ପୋଲିସ ଆଜି ୨ଜଣ ଚାଲାଣକାରୀଙ୍କ ସହ ଗୋଟିଏ ମାରୁତି କାରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଗିରଫ ହୋଇଛନ୍ତି ।

କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ବ୍ଲକ ଇନ୍ଦୁପୁର ପଞ୍ଚାୟତ ରାଉତରଙ୍ଗା ଠାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଖିଲାମୁଣ୍ଡା ବ୍ରିଜ ନିକଟରେ ଚଡାଉ କରି ୩୦କେଜି ଗଞ୍ଜେଇ ଜବତ କରିଥିଲେ । ଗିରଫଙ୍କ ମଧ୍ୟରେ ଉତ୍ତରପ୍ରଦେଶର ଗୁଲାମ ଖାନ, ରାଜ ବାହାଦୂର ଗିରଫ ହୋଇଛନ୍ତି ଓ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ, ନଗଦ ୩୨୦୦ ଟଙ୍କା, ମାରୁତି କାର ଜବତ ହୋଇଛି ।

ପଦ୍ମପୁର ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ଉପସ୍ଥିତରେ ଜବତ ଗଞ୍ଜେଇକୁ ଓଜନ କରିଥିଲେ । ସମୁଦାୟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts