ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7/02/2023 at 4:13 PM

ଫୁଲବାଣୀ ୦୭/୦୨: ଫୁଲବାଣୀ ଗୋଛାପଡା ପୋଲିସକୁ ସଫଳତା । ଗୋଟିଏ କୁଇଣ୍ଟାଲ୍ରୁ ଅଧିକ ଗଞ୍ଜେଇ ଜବତ । କୌଣସି ସୁତ୍ରରୁ ଖବର ପାଇ ମଙ୍ଗଳବାର ଗୋଚ୍ଛାପଡା ଥାନା ଅଧିକାରୀ ରଂଜିତ କୁମାର ମୁନିଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗୋଛାପଡା ଥାନା ଅନ୍ତର୍ଗତ ଗଙ୍ଗଲ ଡାକା-ବଉପାଙ୍ଗା ରାସ୍ତାରେ ପେଟ୍ରୋଲିଂ ବେଳେ ଅତର୍କିତ ଚଢ଼ାଉ କରି ଏକ କୁଇଣ୍ଟାଲ ୫ କେଜି ଗଂଜେଇ ଜବତ କରିଥିଲେ । ଏଥିସହ ଗୋଟିଏ ମୋଟର ସାଇକେଲ ମଧ୍ୟ ଜବତ ହୋଇଛି ।
ଏନେଇ ସୂଚନା ଦେଇଛନ୍ତି ଥାନା ଅଧିକାରୀ ରଂଜିତ କୁମାର ମୁନି । ତେବେ ଘଞ୍ଚ ଜଙ୍ଗଲର ସୁବିଧା ଦେଖି ଖସି ପଲାଇଛି ଅଭିଯୁକ୍ତ । ଏ ନେଇ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚଢ଼ାଉ ଜାରିରଖିଛି । ଅତି ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ମୁନି କହିଛନ୍ତି ।