ପୁଣି ଗଞ୍ଜେଇ ନଷ୍ଟ, ୫ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲେ ପୋଲିସ-ଅବକାରୀ-ବନ ବିଭାଗ

Published By : Prameya-News7 Bureau | December 01, 2020 IST

ମୁନିଗୁଡା ୧।୧୨: ଗଞ୍ଜେଇ ଚାଷ ନଷ୍ଟ କରିବାର ତୃତୀୟ ଦିନରେ ପୁଣି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ବନ୍ଦ୍ରୀ ଗାଁ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ । ବେଆଇନ ଭାବେ ଲାଗିଥିବା ୫୨ ଏକର ଜାଗାରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ଓ ବନବିଭାଗର କର୍ମଚାରୀ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟିରୁ ଅଧିକ ହେବ  ।

{"id":370574,"sizeSlug":"large"}

ଗତ ଦୁଇ ଦିନରେ  ଚନ୍ଦ୍ରପୁର ଥାନା ଅଞ୍ଚଳରୁ ୫୫ ଏକର ଜାଗାରେ ଲାଗିଥିବା ଗଞ୍ଜଇ ଚାଷକୁ ନଷ୍ଟ  କରାଯାଇଥିଲା  । ଏହି ଅଭିଯାନଟି ମୁନିଗୁଡା ଏସଡିପିଓଙ୍କ ନେତୃତ୍ବରେ ଏହି ଅଭିଯାନ ଜାରି ରହିଥିବା ବେଳେ ଏଥିରେ ମୁନିଗୁଡା ବନାଞ୍ଚଳ ଅଧିକାରୀ, ବିଷମକଟକ ଅବକାରୀ ଅଧିକାରୀ ଓ ଏହି ୩ ବିଭାଗର କର୍ମଚାରୀମାନେ ସାମିଲ ଅଛନ୍ତି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.