ଅପରେସନ୍‌ ଗ୍ରୀନ୍ କ୍ଲିନ୍‌, ୧୨୫ ଏକର ସରକାରୀ ଜମିରୁ ଗଞ୍ଜେଇ ଚାଷ ନଷ୍ଟ

Published By : Prameya-News7 Bureau | December 01, 2022 IST

ବାଲିଗୁଡ଼ା ୦୧।୧୨ : ଅପରେସନ ଗ୍ରୀନ କ୍ଲିନ୍‌ । ୧୨୫ ଏକର ସରକାରୀ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ । କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଏହାକୁ ନଷ୍ଟ କରିଛି ।

ଖବର ଅନୁଯାୟୀ, ସରକାରୀ ଜମିରେ ଗଞ୍ଜେଇ ଚାଷ ଚାଲିଥିବା ନେଇ ଅବକାରୀ ବିଭାଗ ଓ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହିକ୍ରମରେ କ. ନୂଆଗାଁ ଥାନା ସିର୍ତ୍ତିଗୁଡ଼ା ବେଡିପାମାହା ସ୍ଵର୍ଣ୍ଣପୁର ଅଞ୍ଚଳରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସରକାରୀ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ ।

ତେବେ ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଏନେଇ କ. ନୂଆଗାଁ ଥାନାରେ ଏନ.ଡି.ପି.ଏସ ଆକ୍ଟରେ ମାମଲା ରୁଜୁ ହୋଇଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.