suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ, ପ୍ରବାସୀ ଓଡିଆଙ୍କଠାରୁ ଦୂରେଇ ରୁହନ୍ତୁ

9/05/2020 at 4:11 PM

ଗଞ୍ଜାମ ୯।୫: ନିଜକୁ ନିଜେ ସୁରକ୍ଷିତ ରହିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପରାମର୍ଶ ଦେଲେ ଗଞ୍ଜାମ ଜିଲ୍ଲାପାଳ । ଖବର ସଂଗ୍ରହ ବେଳେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ମାସ୍କ ବ୍ୟବହାର, ଗ୍ଲୋବ ପରିଧାନ, ହେଡ୍ ଗିୟର ପରିଧାନ, ସାନିଟାଇଜର ବ୍ୟବହାର କରିବାକୁ ଦେଲେ ପରାମର୍ଶ ।

ଏହାସହ କ୍ବାରେଣ୍ଟାଇନ୍ ସେଣ୍ଟରକୁ ନଯିବା ନେଇ ପରାମର୍ଶ ଦିଆଯାଇଛି । କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ପ୍ରବାସୀମାନଙ୍କ ସଂସ୍ପର୍ଶରେ ନଆସିବାକୁ ମଧ୍ୟ କୁହାଯାଇଛି । କୌଣସି କୋଭିଡ୍ ହସ୍ପିଟାଲକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ବାହାର ରାଜ୍ୟରୁ ଗଞ୍ଜାମ ଜିଲ୍ଲାକୁ ଅଧିକାଂଶ ପ୍ରବାସୀ ଓଡିଆ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ସେମାନଙ୍କଠାରୁ ଦୂରେଇ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

   Related Posts