AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

୮ଟି ବସ୍ତାରୁ ୨୦ଲକ୍ଷ ଗଞ୍ଜେଇ ଜବତ, ବାହାର ରାଜ୍ୟକୁ ଚାଲାଣ ପାଇଁ ରଖିଥିଲେ ମାଫିଆ

8/09/2022 at 8:08 AM

ଲମତାପୁଟ ୦୮।୦୯ : ଲମତାପୁଟ ପୋଲିସକୁ ପୁଣି ସଫଳତା । କୋରାପୁଟ ଜିଲ୍ଲା ଟିକାପୁଟ ଗାଁ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଛିତ ରଖିଥିବା ବେଳେ ଚଢାଉ କଲା ଲମତାପୁଟ ପୋଲିସ। ୮ଟି ବସ୍ତାରୁ ପ୍ରାୟ ୨ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ଟିକାପୁଟ ଗାଁ ନିକଟରେ ଚଢାଉ କରିଥିଲେ। ପୋଲିସ ପହଞ୍ଚିବା ଦେଖି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ ମାଫିଆ । ତେବେ ଗଛିତ ଥିବା ୮ଟି ବସ୍ତାରେ ପ୍ରାୟ ୨କୁଇଁଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରାରେ ଚାଲାଣ ପାଇଁ ରଖାଯାଇଥିଲା। ସ୍ଥାନୀୟ ଯୁବକମାନେ ଏହି ଚୋରା କାରବାରରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଅଭିଯୁକ୍ତମାନଙ୍କ ନାମ ଗୋପନ ରଖିଛି ପୋଲିସ। ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି ।

   Related Posts