ଭୁବନେଶ୍ବର ୫।୮: ଆଇନଶୃଙ୍ଖଳା ନେଇ କ’ଣ ଏମିତି ଆବଶ୍ୟକତା ପଡ଼ିଲା ଯେ, ଓଡ଼ିଶା ସରକାର ୟୁପି ମଡେଲରେ ଆଇନ ଆଣିବାକୁ କହୁଛନ୍ତି ବୋଲି ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି । ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି । ପ୍ରଚଳିତ ଆଇନ ବ୍ୟବସ୍ଥା ଯଥେଷ୍ଟ ନୁହେଁ କି ବୋଲି ଗଣେଶ୍ବର ପ୍ରଶ୍ନ ଉଠାଇଛନ୍ତି । ଅପରାଧୀ ମାନଙ୍କୁ କଠୋର ଦଣ୍ଡ ଦେବାକୁ ସରକାର ଚାହୁଁଛନ୍ତି । ଏହି ନିଷ୍ପତ୍ତିକୁ ସ୍ଵାଗତ କରୁଛୁ ।
୨୦୨୨ରେ ବିଜେଡ଼ି ସରକାର ଏଭଳି ଯୋଜନା କରିଥିଲେ । ହେଲେ ଆଇନ ଯୋଜନାରେ ରହିଥିଲା ଆଇନରେ ପରିଣତ ହୋଇନଥିଲା । କେବଳ ଆଇନ କଲେ ହେବନି, କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯେତିକି ଆଇନ ଅଛି ତାକୁ ଯଦି ସଠିକ୍ କାର୍ଯ୍ୟକାରିତା ହୁଅନ୍ତା ତାହେଲେ ନୂଆ ଆଇନର ଆବଶ୍ୟକତା କ’ଣ ପାଇ ବୋଲି ବିଜେପିକୁ ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା ନିନ୍ଦା କରିଛନ୍ତି ।
ସେପଟେ, ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗରେ ଗଣେଶ୍ବର କହିଛନ୍ତି, ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା ନେଇ ଆମକୁ ମର୍ମାହତ କରିଛି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଛିଦ୍ର, ଦୁର୍ଭାଗ୍ୟଜନକ ଓ ସ୍ପର୍ଶକାତର ପ୍ରସଙ୍ଗ । ମହାବିପଦକୁ ଆମନ୍ତ୍ରଣ କରନ୍ତୁ ନାହିଁ । ମନ୍ଦ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ଏହି ଘଟଣା ଦୁର୍ଭାଗ୍ୟଜନକ । ଆବଶ୍ୟକ ପଡିଲେ ବିଜେଡ଼ି ଏହାକୁ ନେଇ ପ୍ରତିବାଦ କରିବ ବୋଲି ଗଣେଶ୍ୱର ବେହେରା କହିଛନ୍ତି ।
You Can Read: