ଭୁବନେଶ୍ବର ୨୨/୨: ଭୁବନେଶ୍ବର ଖଣ୍ଡଗିରିରେ ଗାନ୍ଧି ଶାନ୍ତି କେନ୍ଦ୍ର ଉଦଘାଟିତ । ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍ ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ୫ ଏକର ଜାଗାରେ ନିର୍ମତ ଏହି ସଂଗ୍ରହାଳୟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାନ୍ତି କେନ୍ଦ୍ରକୁ ପରିଦର୍ଶନରେ ଆସୁଥିବା ଲୋକେ ଗାନ୍ଧିଜୀଙ୍କ ନୀତି ଆର୍ଦଶ ଓ ଅହିଂସା ଭାବକୁ ଭଲ ଭାବରେ ଅନୁଭବ କରିପାରିବେ ।
{"id":227509,"sizeSlug":"large"}। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି । ଗାନ୍ଧିଜୀଙ୍କ ଜୀବନୀକୁ ନେଇ ଏଠାରେ ରହିଛି ଭିନ୍ନ ଭିନ୍ନ ଗ୍ୟାଲେରୀ । ଅଂହିସା ଗ୍ୟାଲେରୀ, ଏକବିଂଶ ଶତାଦ୍ଦୀରେ ମହାତ୍ନା, ମୋହନଦାଶରୁ ମହାତ୍ନା, ମହାତ୍ନାରୁ ବାପୁ, ଗାନ୍ଧୀ ଆଦର୍ଶ ଓ ପ୍ରେରଣାଦାୟକ ଏବଂ ଚିରନ୍ତନ ଗାନ୍ଧୀ ଭଣ୍ଡାର ଆଦି ଗ୍ୟାଲେରୀ ରହିଛି । ସବୁ ଗ୍ୟାଲେରୀକୁ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ବା ଡ଼ିଜିଟାଇଲେଜନ କରାଯାଇଛି । ହିନ୍ଦି, ଇଂରୀଜୀ ଏବଂ ଓଡ଼ିଆରେ ମାହାତ୍ନା ଗାନ୍ଧିଙ୍କ କାହାଣୀ ଶୁଣିପାରିବେ ପରିଦର୍ଶନରେ ଆସୁଥିବା ଲୋକେ । ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବା ସହିତ ନିଜେ ସବୁ ଗ୍ୟାଲେରୀ ବୁଲି ଦେଖିଥିଲେ ।
ଖଣ୍ଡଗିରି ଓ ଉଦୟଗିରି ନିକଟରେ ଥିବା ପୁରୁଣା ମ୍ୟାଥମେଟିକ୍ସ ରିସର୍ଚ ସେଣ୍ଟରକୁ ଭଙ୍ଗାଯାଇ ପ୍ରତିଷ୍ଠା ହୋଇଛି ଗାନ୍ଧି ଶାନ୍ତି କେନ୍ଦ୍ର । ଶାନ୍ତି କେନ୍ଦ୍ରକୁ ଯିବାକୁ କୌଣସି ପ୍ରବେଶ ଫି ରଖାଯାଇନି । ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ଦିନ ୧୧ ଟାରୁ ସଂଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଶାନ୍ତି କେନ୍ଦ୍ର ଖୋଲା ରହିବ ।
{"id":227508,"sizeSlug":"large"}ଗାନ୍ଧି ଶାନ୍ତି କେନ୍ଦ୍ର ପାଇଁ ୨୦୧୭ ମେ’ ରେ ପର୍ଯ୍ୟଟନ ବିଭାଗ ଏବଂ ଆଦିତ୍ୟ ବିର୍ଲା ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା । ଏହି କେନ୍ଦ୍ର ଦ୍ବାରା ଦେଶ ବିଦେଶରେ ଗାନ୍ଧୀଜୀଙ୍କ ମୂଳନୀତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ପର୍ଯ୍ୟଟନ ବିଭାଗ ଆଶା ରଖିଛି।