scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଶ୍ରୀଅଙ୍ଗରେ ଲାଗିହେଲା ଫୁଲୁରୀ ତେଲ, ଦଶମୂଳ ଔଷଧ ସେବନ ପରେ ସୁସ୍ଥ ହେବେ ମହାପ୍ରଭୂ

10/06/2023 at 8:33 AM

ପୁରୀ ୧୦/୦୬: ଅନବସରରେ ମହାପ୍ରଭୂଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଚି ଫୁଲୁରୀ ତେଲ । ରାତିରେ ଠାକୁରଙ୍କ ପାଦପଦ୍ମରେ ଫୁଲୁରୀ ତେଲ ଘଷା ପରେ ଜ୍ବରରୁ ଉପଶମ ଲାଭ କରିଛନ୍ତି ଶ୍ରୀଜିଉ । ଆଜିଠାରୁ ଠାକୁରଙ୍କୁ ଓଷ ଲାଗି ଆରମ୍ଭ ହେବ । ଝୁଣା ଗୁଣ୍ଡରେ ରାଶି ତେଲର ମିଶ୍ରଣ ହେଉଛି ଓଷ ।

ଏହାପରେ ଦଶମୂଳ ଔଷଧ ସେବନ କରି ସୁସ୍ଥ ହେବେ ମହାପ୍ରଭୂ । ଏପଟେ ଘୋଷାଯାତ୍ରା ପାଇଁ ରଥ ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି । ବଡପୋଟଳ ଉଠିବା ପରେ ଗତକାଲି ତିନିରଥରେ କଇଁଚି ବାଡିଆ ଯାଇଛି । ରଥଖଳାରେ ପ୍ରଭା ତିଆରି ଆରମ୍ଭ ହୋଇଛି । ଆଜି ୧୨ ପରସ୍ତ ପୋଟଳ ସହ ପାରାଭାଡି ଉଠିବାର କାର୍ଯ୍ୟକ୍ରମ ରହିଛି ।

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ବଡ଼ଦେଉଳକୁ ଫୁଲୁରୀ ତେଲ ଯୋଗାଇବାର ପରମ୍ପରା ରହିଛି । ଶୁକ୍ରବାର ସକାଳେ ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ନିକଟକୁ ଶ୍ରୀମନ୍ଦିରରୁ ଡାକରା ଯାଇଥିଲା । ଏହାପରେ ମଠ ପରିସରରେ ଫୁଲୁରୀ ତେଲ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ସ୍ନାନପୂର୍ଣ୍ଣିମାରେ ମାଟି ତଳୁ ବାହାରିଥିବା ତେଲକୁ ଭଲଭାବେ ଛଣା ହୋଇ ମାଟି ପାତ୍ରରେ କଦଳୀ ପତ୍ର ଘୋଡ଼ାଇ ପ୍ରସ୍ତୁତ ହେଲା । ୨ଟି ମାଟି ପାତ୍ରରେ ରହିଥିଲା ଫୁଲୁରୀ ତେଲ । ମହନ୍ତ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାନସ ରଥ, ଯଜେ୍ଞଶ୍ୱର ପଣ୍ଡା ଓ ମନୋରଞ୍ଜନ ଦାଶ ଠାକୁରଙ୍କ ତେଲ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥିଲା । ଏହାଦ୍ୱାରା ଅସୁସ୍ଥ ଶ୍ରୀବିଗ୍ରହ ସୁସ୍ଥ ହେବେ ।

ଶୟନ ଅବସ୍ଥାରୁ ଶ୍ରୀବିଗ୍ରହଙ୍କୁ ଉଠାଇବାକୁ ଏସବୁ ଅନନ୍ୟ ରୀତିନୀତି । ଏସବୁ ଠାକୁରଙ୍କ ଗୁପ୍ତ ପୂଜା । ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ବଡ଼ଓଡ଼ିଆ ମଠ ବଡ଼ଦେଉଳକୁ ଫୁଲୁରୀ ତେଲ ଯୋଗାଇବାର ପରମ୍ପରା ରହିଛି । ଶୁକ୍ରବାର ସକାଳେ ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ନିକଟକୁ ଶ୍ରୀମନ୍ଦିରରୁ ଡାକରା ଯାଇଥିଲା । ଏହାପରେ ମଠ ପରିସରରେ ଫୁଲୁରୀ ତେଲ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ସ୍ନାନପୂର୍ଣ୍ଣିମାରେ ମାଟି ତଳୁ ବାହାରିଥିବା ତେଲକୁ ଭଲଭାବେ ଛଣା ହୋଇ ମାଟି ପାତ୍ରରେ କଦଳୀ ପତ୍ର ଘୋଡ଼ାଇ ପ୍ରସ୍ତୁତ ହେଲା । ୨ଟି ମାଟି ପାତ୍ରରେ ରହିଥିଲା ଫୁଲୁରୀ ତେଲ । ମହନ୍ତ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାନସ ରଥ, ଯଜେ୍ଞଶ୍ୱର ପଣ୍ଡା ଓ ମନୋରଞ୍ଜନ ଦାଶ ଠାକୁରଙ୍କ ତେଲ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥିଲା । ଏହାଦ୍ୱାରା ଅସୁସ୍ଥ ଶ୍ରୀବିଗ୍ରହ ସୁସ୍ଥ ହେବେ । ଶୟନ ଅବସ୍ଥାରୁ ଶ୍ରୀବିଗ୍ରହଙ୍କୁ ଉଠାଇବାକୁ ଏସବୁ ଅନନ୍ୟ ରୀତିନୀତି । ଏସବୁ ଠାକୁରଙ୍କ ଗୁପ୍ତ ପୂଜା ।

   Related Posts