ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ : ୩ ଆହତ, ଜଣେ ଗୁରୁତର

Published By : Prameya-News7 Bureau | August 02, 2022 IST

ସାନଖେମୁଣ୍ଡି ୨।୮: ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଗଛରେ ପିଟିଲା କାର୍ । ଦୁର୍ଘଟଣା ଫଳରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ ଗ୍ରାମବାସୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଓଆର୦୨ଏଏମ୍୧୨୭୫ ନମ୍ବର କାର୍‌ଟି ଭୁବନେଶ୍ବରରୁ କୋରାପୁଟ ଯାଉଥିବା ବେଳେ ତପ୍ତପାଣି ଘାଟି ଖେମୁଣ୍ଡି ଖୋଲ ନିକଟ ଏକ ଗଛକୁ ଭାରସାମ୍ୟ ହରାଇ ପିଟିଥିବା ସୂଚନା ମିଳିଛି। ତେବେ କାର୍‌ରେ ୫ ଜଣ ରହିଥିଲେ । କାର୍‌ଟି ଘଟଣାସ୍ଥଳରେ ରହିଥିବା ବେଳେ ପାଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.