ଦୋଷୀ ସାବ୍ୟସ୍ତ ହେଲେ ଗିରିସୋଲା ଚେକ୍ ଗେଟର ପୂର୍ବତନ ଜୁନିୟର ଏମଭିଆଇ ଦେବୀ ପ୍ରସାଦ ପାଢ଼ୀ, ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ

Published By : Prameya-News7 Bureau | July 18, 2025 IST

NEWS UPDATE

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୟୁନିଫାଏଡ୍ ଚେକ୍ ଗେଟ୍, ଗିରିସୋଲା ଚେକ୍ ଗେଟର ପୂର୍ବତନ ଜୁନିୟର ଏମଭିଆଇ ଦେବୀ ପ୍ରସାଦ ପାଢ଼ୀ । ଦୋଷ ସାବ୍ୟସ୍ତ ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ତାଙ୍କୁ ୨ ବର୍ଷ ପାଇଁ ସଶ୍ରମ କାରାଦଣ୍ଡ ଏବଂ ୫୦,୦୦୦/- ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। 

ସୂଚନାଥାଉକି, ପୂର୍ବତନ ଏମଭିଆଇଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୧୩/୨୦୧୦ ଅନୁଯାୟୀ ଏକ ଟ୍ରାପ୍ ମାମଲାରେ ଫୁଲବାଣୀ ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତି ଦୋଷୀ ସାବ୍ୟସ୍ତ କରିଥିଲେ। ଯାହା ପରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ସକ୍ଷମ ପ୍ରାଧିକରଣଙ୍କୁ ଏକ ରିପୋର୍ଟ ପଠାଯାଇଥିଲା। ଏହି ଆଧାରରେ  ପୂର୍ବତନ ଜୁନିୟର ଏମଭିଆଇ ଏବଂ ତତ୍କାଳୀନ ଆଇ/ସି ଆର୍ଟିଓ, ବୌଦ୍ଧଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.