ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ସେ ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖିଛନ୍ତି କୋର୍ଟ।
କୋର୍ଟ କହିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ ପ୍ରାୟ ୧୮ ମାସ ଜେଲରେ ରହିଛନ୍ତି। ଯଦିଓ ଇଡି ସତ୍ୟେନ୍ଦ୍ର ଜୈନଙ୍କ ଜାମିନକୁ ବିରୋଧ କରିଛନ୍ତି, କିନ୍ତୁ କୋର୍ଟ କହିଛନ୍ତି ଯେ ସେ ଜେଲରେ ଦୀର୍ଘ ଦିନ ଦଣ୍ଡ ଭୋଗିଛନ୍ତି। ତେଣୁ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଅନୁମୋଦନ ହୋଇଛି। ତାଙ୍କୁ ୫୦ ହଜାର ଟଙ୍କାର ବଣ୍ଡ୍ ଦେବାକୁ ପଡିବ।