ଘଞ୍ଚ ଜଙ୍ଗଲରେ ଅସୁସ୍ଥ ହାତୀ ଛୁଆ, ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ

Published By : Prameya-News7 Bureau | November 20, 2023 IST

ପାଟଣା ୨୦।୧୧: ଅସୁସ୍ଥ ହାତୀ ଛୁଆକୁ ଟ୍ରାଙ୍କୁଲାଇଜ୍ ପାଇଁ ଉଦ୍ୟମ ଚଳାଇଛି ବନ ବିଭାଗ । ଏକ ସପ୍ତାହ ଧରି ଅସୁସ୍ଥ ଥିବା ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିବା ପାଇଁ ଡିଏଫଓ, ଏସିସିଏଫ ଏବଂ ନନ୍ଦନକାନନରୁ ଏକ ଟ୍ରାଙ୍କୁଲାଇଜର ବିଶେଷଜ୍ଞ ଟିମ୍ ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଅପରେସନ ଜାରି ରଖିଛନ୍ତି ।

ତେବେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ହାତୀ ଛୁଆଟିକୁ ଅନ୍ୟ ହାତୀ ପଲ ଘେରି ରହିଥିବାରୁ ଟ୍ରାଙ୍କୁଲାଇଜ କରିବାରେ ବନ ବିଭାଗକୁ ଅସୁବିଧା ହେଉଛି । ୬ ମାସର ଛୁଆ ହାତୀଟିର ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଛୁଆ ହାତୀଟି ଛୋଟେଇ ଛୋଟେଇ ଚାଲିଥିବା ଥର୍ମାଲ ଡ୍ରନ୍ କ୍ୟାମେରାରୁ ଜଣାପଡିଛି l ଖୁବ୍ ଶୀଘ୍ର ହାତୀ ଛୁଆକୁ ଟ୍ରାଙ୍କୁଲାଇଜ କରି ହାତୀର ଚିକିତ୍ସା କରାଯିବ ବୋଲି କହିଛନ୍ତି ଏସିସିଏଫ୍ ଜିତେନ୍ଦ୍ର କୁମାର ବେହେରା ।

You Can Read :

wp:embed {"url":"https://www.prameyanews7.com/banaras-express-extension-to-visakhapatnam/","type":"wp-embed","providerNameSlug":"prameya-news-7"}
https://www.prameyanews7.com/banaras-express-extension-to-visakhapatnam/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.