ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଦୀପାବଳି ପାଇଁ ତିଆରି ହେଉଛି ପଞ୍ଚଗବ୍ୟ ଦୀପ; ୮ ହଜାର ଦୀପ କରି ବଜାରକୁ ଛାଡ଼ିଲେଣି ରବୀନ୍ଦ୍ର  

17/10/2022 at 6:50 PM

କଟକ ୧୭/୧୦: ଗୋବର ଦୀପ ବୋଲି ଲୋକ ଜାଣନ୍ତି, କିନ୍ତୁ ବାସ୍ତବରେ ତାହା ହେଉଛି ପଞ୍ଚଗବ୍ୟରେ ପ୍ରସ୍ତୁତ ହୋଇଥିବା ଦୀପ. ଯାହା ଗୋବର, ଗୋମୂତ୍ର, କ୍ଷୀର, ଦହି, ଏବଂ ଘିଅରେ ପ୍ରସ୍ତୁତ। ଏହି ଦୀପ ଜାଳିଲେ ଅନେକ ସୁଫଳ ମିଳିଥାଏ। ଯେମିତି ଏହାର ସୁଗନ୍ଧ ଦ୍ୱାରା ସକରାତ୍ମ ଶକ୍ତି ସୃଷ୍ଟି ହୁଏ, ବାସ୍ତୁଦୋଷ କଟେ ଓ ବିଶେଷ କଥା ହେଲା, ଜଳିବା ପରେ ଏହି ଦୀପ ପାଉଁଶ ହୋଇଯାଏ। ଏହି ପାଉଁଶ ଭଲ ଖତ ଭାବେ ବ୍ଯବହାର ହୁଏ। କଟକରେ ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି)ର ଜଣେ ଅଧିକାରୀ ଏପରି ଦୀପ ତିଆରି କରୁଛନ୍ତି। ଯେଉଁଥିରେ ତାଙ୍କ ପରିବାର ସମ୍ପୂର୍ଣ ସହଯୋଗ କରୁଛନ୍ତି।

ଗୋବଂଶର ସୁରକ୍ଷା ଉଦ୍ଦେଶ୍ୟରେ ଏଭଳି ଏକ ଅଭିଯାନ ଆରମ୍ଭ କରିଛନ୍ତି ରବୀନ୍ଦ୍ର ନାଥ ଓଝା।  ସେ କଟକ ନୂଆପଡା କୁଞ୍ଜବିହାରୀ ଲେନର ବାସିନ୍ଦା। ତାଙ୍କ ସମସ୍ତ ପରିବାର  ସଦସ୍ୟ ତାଙ୍କୁ ମାତ୍ରାରେ ସହଯୋଗ କରୁଛନ୍ତି। ଏବେ ନୁହେଁ ବରଂ ଗତ ୩ ବର୍ଷ ହେଲା ସେ ଏଭଳି ପଞ୍ଚଗବ୍ୟ ଦୀପ ତିଆରି  କରୁଛନ୍ତି। ଚଳିତ ବର୍ଷ ରବୀନ୍ଦ୍ର ୮ ହଜାର ଦୀପ ପ୍ରସ୍ତୁତ କରି ସେ ବଜାରରେ ବିକ୍ରି କଲେଣି।

ଏହି ଦୀପ ତିଆରିରେ ଗୁଆଁର କିମ୍ବା ତେନ୍ତୁଳି ଅଠା ବ୍ୟବହାର କରାଯାଏ। ଯାହା ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂକ ଏବଂ ସ୍ୱାସ୍ଥ୍ୟପ୍ରଦ ବୋଲି ରବୀନ୍ଦ୍ର କହିଛନ୍ତି। ତେବେ ଗୋବଂଶ ସୁରକ୍ଷା ସାଙ୍ଗକୁ ପରିବେଶ ଅନୁକୁଳ ପଞ୍ଚଗବ୍ୟ ଦୀପ ତିଆରି ହେବା ଏବେ ଉଦାହରଣ ସାଜିଛି। କାରଣ ଏଭଳି ଦୀପର ଦାମ୍‌ ବଜାରରେ ଉପଲବ୍ଧ ହେଉଥିବା ଦୀପର ଦାମ ସହ ମଧ୍ୟ ସମାନ।

   Related Posts