ବଲାଙ୍ଗୀର ଜିଲ୍ଲା କୋଶଳ କଳା ମଣ୍ଡପରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି

Published By : Prameya-News7 Bureau | October 07, 2018 IST

ବଲାଂଗିରି;୭/୧୦- ମଧ୍ୟ ଲୋକଙ୍କ ବିରୋଧର ଶିକାର ହେବାସହ ସେମାନଙ୍କୁ ଗ୍ରାମବାସୀ ମାନେ ଘେରାଉ କରିଥିଲେ । ବଲାଙ୍ଗୀର ଜିଲ୍ଲା କୋଶଳ କଳା ମଣ୍ଡପରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ହୋଇଛି । ତେବେ ରାସନ୍ କାର୍ଡ କରାଇଦେବା ନାଁରେ ଗରିବ ଲୋକଙ୍କୁ ଠକୁଥିବା ତଥା ଚାଉଳ ବଣ୍ଟନରେ ଘୋଟାଲା କରୁଥିବା ଦଲାଲଙ୍କୁ ସିଧାସିଧା ଅଭିଶାପ ଦେଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଆଉ ମଞ୍ଚ ଉପରେ ଉପସ୍ଥିତ ଥିବା ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ମଧ୍ୟ ନରସିଂହଙ୍କ କଥାକୁ ସମର୍ଥନ ଜଣାଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ସଦର,ଦେଓଗାଁ ଓ ପୌରାଞ୍ଚଳ ବାସିନ୍ଦାଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି । ଏହି ତିନି ବ୍ଲକର ହଜାର ହଜାର ହିତାଧୀକାରୀ ରାସନ୍ କାର୍ଡ ପାଇଛନ୍ତି । ବାଦ ପଡିଥିବା ଲୋକଙ୍କୁ ଆଉଥରେ ଆବେଦନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତେବେ କେବଳ ୫ କେଜି ଚାଉଳ ବଦଳରେ ଚିନି, ଗହମ ଓ କିରାସିନି ଯୋଗାଇଦେବାକୁ ହିତାଧିକାରୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.