ଗମ୍ଭୀର ସମସ୍ୟାରୁ ମୁକ୍ତି ଦେବ ମୁଗ ଡାଲି…ଜାଣନ୍ତୁ ଏହାର ଉପାଦେୟତା
22/05/2023 at 8:45 AM

ନୂଆଦିଲ୍ଲୀ ୨୨।୦୫: ମୁୁଗଡାଲି । ପ୍ରାୟତଃ ଘରେ ଏବଂ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତି କି କେତେ ଉପକାରୀ ମୁଗଡାଲି । ଏଥିରେ ଭରପୂର ରହିଛି ଆଣ୍ଟିଅକ୍ସିଡାଣ୍ଟ । ପ୍ରତଦିନ ମୁଗ ଡାଲି ଖାଇବା ଦ୍ୱାରା ବ୍ଲଡ଼ପ୍ରେସର ନିୟନ୍ତ୍ରଣରେ ରହିଥାଏ । ଏମିତିକି ଗୁରୁତର ଓ ଦୀର୍ଘ ଦିନରୁ ଥିବା ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଡାଲିର ଉପକାରିତା ବାବଦରେ…

ମୁଗଡାଲିରେ ଆଣ୍ଟିଅକ୍ସିଡାଣ୍ଟ ଭଳି ଫେନୋଲିକ ଏସିଡ଼, ଫ୍ଲୋବୋନାଇଡସ, କୈଫିକ ଏସିଡ଼ ଭର୍ତ୍ତି ହୋଇ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟ କରିବାରେ ସାହାଯ୍ଯ କରିଥାଏ । ଯେଉଁଥିରେ ଗମ୍ଭୀର ରୋଗରୁ ମିଳିଥାଏ ମୁକ୍ତି ।

ଗରମ ଦିନରେ ହିଟ ଷ୍ଟ୍ରୋକ ଏକ ବଡ଼ ସମସ୍ଯା । ଏହି ରୋଗରେ ଅନେକ ଥର ସ୍ଥିତି ଗମ୍ଭୀର ହୋଇ ଜୀବନ ମଧ୍ଯ ଯାଇପାରେ । ଡାଲି ଖାଇବା ଦ୍ୱାରା ହିଟ ଷ୍ଟ୍ରୋକ ହେବାର ଆଶଙ୍କା ହ୍ରାସ ପାଇଥାଏ । ଆଣ୍ଟି ଇନଫ୍ଲାମେଟାରୀ ଗୁଣ ଯୋଗୁଁ ଶରୀରରେ ଉଚ୍ଚ ତାପମାତ୍ରା ରୋକିବାରେ ସାହାଯ୍ଯ କରିଥାଏ ।

ଏହାବ୍ୟତୀତ କୋଲେଷ୍ଟ୍ରୋଲ ସ୍ତର ଅନିୟନ୍ତ୍ରିତ ହେଲେ ହୃଦୟ ସହ ଜଡ଼ିତ ସମସ୍ଯା ଦେଖାଦେଇଥାଏ । ତେଣୁ ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ଠିକ ରଖିବାରେ ବଡ଼ ଭୂମିକା ଲିଭାଇଥାଏ । ଗବେଷଣା ଅନୁଯାୟୀ, ଡାଲି କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରେ ।

ଆଜିକାଲି ଅନିୟନ୍ତ୍ରିତ ଜୀବନଶୈଳୀ କାରଣରୁ ବ୍ଲଡ଼ ପ୍ରେସର ଏକ ସାଧାରଣ ସମସ୍ଯା । ମୁଗ ଡ଼ାଲି ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରହିଥାଏ । ଏଥିରେ ଥିବା ପୋଟାସିୟମ, ମାଗ୍ନେସିୟମ ଓ ଫାଇବର ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ଯ କରଥାଏ ।