ଚଳନ୍ତା ବିମାନରେ ବାଜିଲା ଗୁଳି, ଆହତ ଯାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | October 02, 2022 IST

ନୂଆଦିଲ୍ଲୀ, ୦୨/୧୦: ଚଳନ୍ତା ବିମାନରେ ବାଜିଲା ଗୁଳି । ଏଭଳି ଏକ ଘଟଣା ମିଆଁମାରରେ ଦେଖିବାକୁ ମିଳିଛି । ଯାତ୍ରୀଙ୍କୁ ନେଇ ଯାଉଥିବା ମିଆଁମାର୍‌ ନାସନାଲ୍‌ ଏୟାରଲାଇନ୍ସର ଏକ ବିମାନ ମଝି ଆକାଶରେ ବୁଲେଟ୍‌ ଆଘାତ ପାଇବାରୁ ଏଥିରେ କ୍ଷତି ପହଞ୍ଚିଛି । ବୁଲେଟ୍‌ଟି ବିମାନର ଫ୍ୟୁଜ୍‌ଲେଜ୍‌ରେ ବାଜିଥିବା ଜଣାପଡ଼ିଛି । ଏଥିସହିତ ଜଣେ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ବିମାନ ଅବତରଣ ପରେ ମିଆଁମାରର ଲୋଇକ ସ୍ଥିତ ଡାକ୍ତରଖାନାକୁ ନିଆଯାଇଛି ।

ବ୍ରିଟିସ୍‌ ନ୍ୟୁଜ୍‌ ଏଜେନ୍ସି ଦ ସନ୍‌ ଅନୁସାରେ ଏହି ଏୟାରକ୍ରାଫ୍ଟଟି ୩୫୦୦ ଫୁଟ୍‌ ଉଚ୍ଚରେ ଉଡ଼ୁଥିଲା । ଉତ୍ତର ବିମାନବନ୍ଦର ଠାରୁ ୪ କିମି ଦୂରରେ ଥିବା ବେଳେ ଏହି ଘଟଣା ଘଟିଥିଲା । ତେବେ ଏପରି  ଘଟଣା ପରେ ଲୋଇକ ବିମାନବନ୍ଦର ପକ୍ଷରୁ ସମସ୍ତ ବିମାନ ସେବାକୁ ବାତିଲ୍‌ କରାଯାଇଛି । ଦ ମିରର ରିପୋର୍ଟରୁ ଜଣାପଡ଼ିଛି ଯେ ମିଆଁମାର୍‌ର ସେନା ସରକାର ରେବେଲ୍‌ ଫୋର୍ସ କୟାହ ରାଜ୍ୟରୁ ଏହି ବିମାନ ଉପରକୁ ଫାୟାରିଂ କରିଥିଲା । ହେଲେ ରେବେଲ୍‌ ଗ୍ରୁପ୍‌ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ।

ମିଆଁମାର ସରକାରର ସେନା ମୁଖପାତ୍ର ମେଜର ଜେନେରାଲ୍‌ ଜ ମିନ୍‌ ତୁନ୍‌ ଏମ୍‌ଆର୍‌ଟିଭିକୁ ଦେଇଥିବା ସୂଚନା ଅନୁସାରେ ଏହି ଫାୟାରିଂ କାରେନି ନାସ୍‌ନାଲ୍‌ ପ୍ରୋଗ୍ରେସିଭ୍‌ ପାର୍ଟି ଆତଙ୍କବାଦୀ ସଂଗଠନ ଘଟାଇଛି । ସରକାରଙ୍କ ଉପରେ ରାଗ ରଖି ଏପରି କରିଛି । ଏହି ଗ୍ରୁପ୍‌ ଗଣତନ୍ତ୍ର ବିରୋଧୀ ପିପୁଲ୍ସ ଡିଫେନ୍ସ ଫୋର୍ସ ମିଶି କାମ କରୁଥିବା ସେ କହିଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.