ଯାତ୍ରୀବାହୀ ବସ୍ ଓଲଟି ୫ ମୃତ, ୩୦ ଗୁରୁତର

Published By : Prameya-News7 Bureau | June 13, 2022 IST

ମାଲକାନଗିରି ୧୩।୦୬: ମାଲକାନଗିରି ସୀମାନ୍ତ ବୋଡୁଗୁଡମ୍‌ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ । ଏଥିରେ ୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଗୁରୁତର ହୋଇଛି । ସମସ୍ତ ମୃତକ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି । ହେଲେ ଏବେ ଯାଏଁ ମୃତକଙ୍କ ନାମ ଓ ଠିକଣା ହସ୍ତଗତ ହୋଇନାହିଁ ।

ଖବର ଅନୁଯାୟୀ, ୪୦ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ବିଜୟଓ୍ୱାଡ଼ାରୁ ଭବାନୀପାଟଣା ଅଭିମୁଖେ ଆସୁଥିଲେ । ହେଲେ  ସେମାବାର ଦିନ ଭୋର ସମୟରେ ବସ୍‌ଟି ମାଲକାନଗିରି ସୀମାନ୍ତ ବୋଡୁଗୁଡ଼ମ୍‌ ନିକଟରେ  ଭାରସାମ୍ୟ ହରାଇ ଓଲଟିପଡିଥିଲା । ଯାହାଫଳରେ କି ବସ୍‌ ଥିବା ଲୋକଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଛି ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ସ୍ଥାନୀୟ ପୋଲିସ ଓ ସାଧାରଣଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସ୍ଥାନୀୟ ଲୋକେ ପ୍ରଥମେ ଉଦ୍ଧାର କରି ଭଦ୍ରାଚଳମ ଚିକିତ୍ସାଲୟକୁ ପଠାଇଛନ୍ତି।  ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ୨ ଜଣଙ୍କ ମୃତ୍ୟୁ ହୋଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.