ଆଦାନୀ ଗ୍ରୁପ୍  ସପକ୍ଷରେ ରେଟିଂ ଏଜେନ୍ସି, ଫିଚ୍ କହିଲା ସର୍ଟ ଟର୍ମ ଉପରେ ପଡ଼ିବ ନାହିଁ ପ୍ରଭାବ

Published By : Prameya-News7 Bureau | February 03, 2023 IST

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ସପକ୍ଷରେ ରେଟିଂ କମ୍ପାନୀ । ଫିଚ୍ ରେଟିଂ ଗ୍ରୁପ୍ ଗୌତମ ଆଦାନୀ ସମୂହ କମ୍ପାନୀଙ୍କ ସପକ୍ଷରେ ବାହାରିଛି । ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ କମ୍ପାନୀ ଓ ସିକ୍ୟୁରିଟିଜ୍ର ରେଟିଂ ଉପରେ କୌଣସି ତତ୍କାଳ ପ୍ରଭାବ ପଡ଼ିବ ନାହିଁ । ଆଦାନୀ କାମ୍ପାନୀ ଗ୍ରୁପ୍‌ର କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଫିଚ୍ କହିଛନ୍ତି ।

ରେଟିଂ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସର୍ଟ ଟର୍ମରେ କୌଣସି ବଡ଼ ଅଫସୋର୍ ବଣ୍ଡ୍ ମାଚ୍ୟୁରିଟି ହୋଇନାହିଁ । ୨୦୨୪ ଜୁନ୍ ମାସରେ ଆଦାନୀ ପୋର୍ଟ୍ସ ଏବଂ ସ୍ପେଶାଲ ଇକୋନିମିକ୍ ଜୋନ୍‌ର ବଣ୍ଡ୍‌ ମାଚ୍ୟୁରିଟି ହେବ । ସେହିପରି ୨୦୨୪  ଡିସେମ୍ବର ମାସରେ ଆଦାନୀ ଗ୍ରୀନ୍ ଏଜେନ୍ସିର ବଣ୍ଡ୍‌ ସମୟ ସୀମା ଶେଷ ହେବ ବୋଲି ପିଚ୍ ରିପୋର୍ଟ ପ୍ରକାଶ କରିଛି । ପିଚ୍ ଏପର୍ଯ୍ୟନ୍ତ ଆଦାନୀ ଗ୍ରୁପର ୮ଟି କମ୍ପାନୀର ରେଟିଂ ଆକଳନ କରିଛନ୍ତି ।

ଗୌତମ ଆଦାନୀଙ୍କ କମ୍ପାନୀ ସମୂହକୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ସେୟାର ବଜାରରେ ହଲଚଲ ଦେଖିବାକୁ ମିଳିଛି । କ୍ରମାଗତ ଭାବେ ଆଦାନୀ ଗ୍ରୁପର ସେୟାର ହ୍ରାସ ପାଇବାରେ ଲାଗିଛି । ଗତ କେଇ ଦିନ ମଧ୍ୟରେ ଟପ୍ ରାଙ୍କରେ ତଳକୁ ଖସିବାରେ ଲାଗିଛି କମ୍ପାନୀ । ପ୍ରାୟ ୮ଲକ୍ଷ କୋଟି ଟଙ୍କା କ୍ଷତି ସହିଲାଣି କମ୍ପାନୀ ।

ଅନ୍ୟପଟେ ଏସଏଣ୍ଡିପି ଡାଉ ଜୋନ୍ସ ଆଦାନୀ ଏଣ୍ଡରପ୍ରାଜେସ୍‌କୁ ଫେବ୍ରୁଆରି ୭ତାରିଖରୁ ସ୍ଥିରତା ସୂଚକାଙ୍କରୁ ହଟାଇ ଦେବ ବୋଲି କହିଛନ୍ତି ।  ଆଦାନୀ କମ୍ପାନୀର ୩ କମ୍ପାନୀର ସେୟାର ବଜାର ବିଏସଇ ଏବଂ ଏନଏସଇର ଅଳ୍ପକାଳୀନ ଅସ୍ଥିରତା ପାଇଁ ନିରୀକ୍ଷଣ ବ୍ୟବସ୍ଥାକୁ ଦାୟି କରିଛି ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.