କରୋନା ଡର : Chappell-Hadlee ମ୍ୟାଚ୍‌ରେ ହାତ ମିଳାଇଲେନି ଖେଳାଳି

Published By : Prameya-News7 Bureau | March 16, 2020 IST

ସିଡନୀ ୧୬।୩: ଅଷ୍ଟ୍ରେଲିଆ ସିଡନୀରେ ସୋମବାର ଖେଳାଯାଇଛି ଚାପେଲ-ହାଡଲୀ ୩ଟିକିଆ ସିରିଜର ପ୍ରଥମ ମ୍ୟାଚ୍। ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିବା ବେଳେ  ନ୍ୟୁଜିଲ୍ୟାଣ୍ଡକୁ ୭୧ ରନରେ ହରାଇଛି ଅଷ୍ଟ୍ରେଲିଆ। ତେବେ କରୋନା ଭୟ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଖେଳାଳି ମ୍ୟାଚ୍ ପୂର୍ବରୁ କି ପରେ ପ୍ରତିପକ୍ଷଙ୍କ ସହ ହାତ ମିଳାଉନଥିବାର ଦେଖାଯାଇଛି।

{"id":239159,"width":580,"height":400,"sizeSlug":"large"}

ନୋଭେଲ କରୋନା ଭୂତାଣୁଏବେ ବିଶ୍ୱର କୋଣ ଅନୁକୋଣକୁ ବ୍ୟାପୀଯାଇଛି। ସିଓଭିଆଇଡି-୧୯ ଭୂତାଣୁ  ବିଶ୍ୱର ୧୦୦ଟି ଦେଶରେ ପହଞ୍ଚି ସାରିଥିବା ବେଲେ  ନ୍ୟୁଜିଲ୍ୟାଣ୍ଡ ତାର ସୀମାକୁ ବିଶ୍ୱର ଅନ୍ୟଦେଶମାନଙ୍କ ଲାଗି ନିଷିଦ୍ଧ କରିଛି। ଏପରିକି ଅଷ୍ଟ୍ରେଲିଆ ମଧ୍ୟ ଏହି ନିଷେଧାଜ୍ଞାରୁ ବାଦ ନାହିଁ।  ସରକାରୀ କଟକଣା ଅନୁସାରେ ଯେଉଁମାନେ ଏବେ ବିଦେଶରୁ ଫେରୁଛନ୍ତି ସେମାନଙ୍କୁ ଦେଶରେ ୧୪ ଦିନ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଛି।

wp:html /wp:html

ଏହାକୁ ଦୃଷ୍ଟିରେ ରଖି ଭାରତରେ ସମସ୍ତ କ୍ରିକେଟ୍ କାର୍ଯ୍ୟକ୍ରମ ବାତିଲ ହୋଇଛି। ଏଥିରେ ବାର୍ଷିକ ଆଇପିଏଲ ଆୟୋଜନକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ସିଓଭିଆଇଡି-୧୯ ସଂକ୍ରମଣ ଯୋଗୁ ବିଶ୍ୱରେ ଏପର୍ଯ୍ୟନ୍ତ ୪ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷାଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ଏଣୁ ଚାପେଲ-ହେଡଲୀ ସିରିଜକୁ ଏବେ ଅଷ୍ଟ୍ରେଲିଆରେ ନିଭୃତ ଆୟୋଜନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.