ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟି କ୍ଷୟକ୍ଷତି; ତଥାପି ଜିଦରେ ଅଟଳ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | September 25, 2018 IST

ନୟାଗଡ ଦଶପଲ୍ଲା ଶ୍ରୀରାମପୁରରେ ଅଗ୍ନିକାଣ୍ଡ । ଜଳିଗଲା ୫ ବଖରା ଘର । ଦମକଳ ବାହିନୀଙ୍କ ଆନ୍ଦୋଳନ ଯୋଗୁଁ ଆସିଲେନି ଅଗ୍ନିଶମ କର୍ମଚାରୀ । ଫଳରେ ଗାଁ ଲେ।କ ମିଶି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।୬ଦଫା ଦାବି ନେଇ ସୋମବାରଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନଙ୍କୁ ଓହ୍ଲାଇଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ | ପୋଲିସ କର୍ମଚାରୀବିକା ସହ ସମାନ ହାରରେ ଦରମା, ୮ ଘଣ୍ଟିଆ ଡ୍ୟୁଟି ବ୍ୟବସ୍ଥା ଲାଗୁ, ଠିକାରେ ଥିବା କର୍ମଚାରୀଙ୍କୁ ନିୟମିତ କରିବା ଓ ସଠିକ ଭାବେ ପେନ୍ସନ ବ୍ୟବସ୍ଥା ଲାଗୁ କରିବା ଭଳି ଦାବି ନେଇ ଅଗ୍ନିଶମ ବିଭାଗର ପ୍ରାୟ ୫୦୦୦ କର୍ମଚାରୀ କାର୍ଯ୍ୟବନ୍ଦ କରିଛନ୍ତି | ଦାବିଗୁଡିକ ସମ୍ପର୍କରେ ଅଗ୍ନିଶମ ବିଭାଗର ମହାନିର୍ଦେଶକଙ୍କ ସହ କର୍ମଚାରୀମାନେ ଆଲୋଚନା କରିଥିଲେ | ହେଲେ ବି କୌଣସି ସୁଫଳ ମିଳିନଥିଲା | ଯାହାଫଳରେ ସେମ୍ନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.