ଚଳଚ୍ଚିତ୍ର ବଜାରକୁ ଖୁବ୍‌ଶୀଘ୍ର ଆସୁଛି 'ରୁଦ୍ରାଣୀ', ଦେଖିବାକୁ ମିଳିବ ଝିଲିକଙ୍କ ନୂଆ ଅବତାର

Published By : Prameya-News7 Bureau | February 09, 2022 IST

ଭୁବନେଶ୍ୱର, ୦୯/୦୨: ସତ୍ୟର ସନ୍ଧାନ ପାଇଁ  ଅଭିନେତ୍ରୀ ଝିଲିକଙ୍କ ନୂଆ ଅବତାର l ପ୍ରକୃତ ସତ୍ୟ ସବୁବେଳେ ମିଛର ଆବରଣରେ ଥାଏ l ସତ୍ୟ ଉନ୍ମୋଚନ ପାଇଁ ମିଛ ଆବରଣକୁ ଖୋଳି ବାହାର କରିବାକୁ ପଡିବ l ସେମିତି ସତ୍ୟକୁ ଲୋକଲୋଚନକୁ ଆଣିବାକୁ ରୁଦ୍ରାଣୀକୁ ନୂଆ ଅବତାର ନେବାକୁ ପଡେ l ଏମିତି ଏକ ଘଟଣାର ପର୍ଦ୍ଦାଫାସ କରିବା ପାଇଁ ଝିଲିକ ନେଇଛନ୍ତି ନୂଆ ଅବତାର l ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି ଏକ ସାକ୍ଷାତକାରରେ କହିଛନ୍ତି l ଚଳଚ୍ଚିତ୍ରର ସୁଟିଂ ସରିଥିବାବେଳେ ପୋଷ୍ଟ ପ୍ରଡ଼କ୍ସନ ଜାରି ରହିଛି l

ନିର୍ଦ୍ଦେଶକ ମୁରଲୀ କ୍ରିଷ୍ଣାଙ୍କ ସହ ଆଗରୁ ଝିଲିକ," ଜଗା ହାତରେ ପଘା" ଚଳଚ୍ଚିତ୍ର କରିସାରିଛନ୍ତି l ତେବେ ଏହି ଚଳଚ୍ଚିତ୍ରର ସଂଳାପ ରଚନା ଡ଼. ରଜନୀ ରଞ୍ଜନ, ସଂଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ, କ୍ୟାମେରା ପରିଚାଳନା ଇଶ୍ବର ବାରିକ କରିଥିବା ବେଳେ କ୍ରିଏଟିଭ ହେଡ଼ ଅଛନ୍ତି ପ୍ରଣୟ ଜେଠୀ l ନାରୀକୈନ୍ଦ୍ରିକ ଏହି ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ମଣ୍ଟୁ, ଲୋହିତାକ୍ଷ, ବାପି ବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡ୍ଡୁ, ଅମର, ସରୋଜ, ଧରିତ୍ରୀ ଓ ନବଗତା ମୁସ୍କାନ l ଚଳଚ୍ଚିତ୍ରର ପ୍ରଡ଼କ୍ସନ ମ୍ୟାନେଜର ଅଛନ୍ତି ମାନସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.