ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ମହିଳାଙ୍କୁ ଧୋକା ଦେଲେ ଫେସ୍ ବୁକ୍ ଫ୍ରେଣ୍ଡ, ଠକିନେଲେ ୩୧ଲକ୍ଷ ଟଙ୍କା, ଜାଣନ୍ତୁ କିପରି

22/11/2019 at 4:48 PM

ଶିମଲା: ବିଦେଶୀଙ୍କ ସହ ଫେସବୁକ୍ ରେ ବନ୍ଧୁତା ମହିଳାଙ୍କୁ ମହଙ୍ଗା ପଡିଛି। ହିମାଚଳ ପ୍ରଦେଶ ରାଜଧାନୀ ସିମଲାର ଜନୈକା ମହିଳାଙ୍କ ସହ ଫେସ୍ ବୁକରେ ହୋଇଥିବା ବନ୍ଧୁ ୩୧ଲକ୍ଷ ଟଙ୍କା ଠକିନେଇଛନ୍ତି।  ଫେସବୁକ୍ ରେ ଚାଟିଂ କରିବା ବେଳେ ବନ୍ଧୁଙ୍କୁ ବିଦେଶରେ ପ୍ରପର୍ଟି ବୁଝିବାକୁ ମହିଳା କହିଥିଲେ। ସେହି ଅନୁସାରେ ବନ୍ଧୁଜଣକ ବୁଝି ଦେଇଥିବା ପ୍ରପର୍ଟି ଲାଗି ମହିଳା ପ୍ରଥମେ ୧୬ ଲକ୍ଷ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଇଥିବା ବେଳେ ପରେ ବନ୍ଧୁ ବାହାନା କରି ଆଉ ୧୫ଲକ୍ଷ ଟଙ୍କା ନେଇଯାଇଛନ୍ତି। ଦୁଇ କିସ୍ତିରେ ମୋଟ ୩୧ଲକ୍ଷ ଟଙ୍କା ନେବା ପରେ ବନ୍ଧୁ  ଫୋନ ବନ୍ଦ କରିଦେଇଥିବା ବେଳେ ଫେସବୁକ୍ ରୁ ଉଭାନ ହୋଇଯାଇଛନ୍ତି। ଏଣୁ ମହିଳା ଏବେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।   

ପୋଲିସ ସୂଚନା ଅନୁସାରେ ଛୋଟି ସିମଲାର ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ମହିଳା ଫେସବୁକ୍ ରେ ଜଣେ ବିଦେଶୀଙ୍କ ସହ ବନ୍ଧୁତା କରିଥିଲେ। ତାଙ୍କ ସହ ମଝିରେ ମଝିରେ ଚାଟ୍ ବି କରନ୍ତି। ଏହି କ୍ରମରେ ମହିଳା ବିଦେଶରେ ପ୍ରପର୍ଟି କିଣିବା ଲାଗି ମନ ବଳେଇଥିଲେ। ବନ୍ଧୁ ଦେଖାଇଥିବା ପ୍ରପର୍ଟି ମହିଳାଙ୍କର ପସନ୍ଦ ହୋଇଥିଲା। ଏଣୁ ସମ୍ପତ୍ତି କ୍ରୟ କରିବା ଲାଗି ବନ୍ଧୁଙ୍କ ଆକାଉଣ୍ଟରେ ୧୬ଲକ୍ଷ ଟଙ୍କା ଜମା କରିଥିଲେ।

ପରେ ଦିନେ ବନ୍ଧୁ ସିମଲା ତାଙ୍କପାଖକୁ ଆସୁଥିବାର କହିଥିଲେ। ସେହି ଅନୁସାରେ ବନ୍ଧୁ ଆସିବା ଦିନ ସିମଲା ବିମାନବନ୍ଦରରେ କଷ୍ଟମ ଚେକିଂରେ ପଡିଥିବାର ଜଣାଇଥିଲେ। ଏଣୁ ତାଙ୍କ ଆକାଉଣ୍ଟରେ ଆଉ ୧୫ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ। ଏଣୁ ବନ୍ଧୁଙ୍କୁ କଷ୍ଟମରୁ ମୁକାଳିବା ଲାଗି ସେ ଦେଇଥିବା ଆକାଉଣ୍ଟ ନମ୍ବରରେ ୧୫ଲକ୍ଷ ଟଙ୍କା ପକାଇ ଦେଇଥିଲେ ମହିଳା । ତାପରଠାରୁ ବନ୍ଧୁଙ୍କ ଫୋନ ସ୍ୱିଚ୍ ଅପ୍ ଥିବା ବେଳେ ଫେସବୁକ୍ ରେ ବି ଆଉ ମିଳୁନାହାନ୍ତି। ଏଣୁ ମହିଳା ଛୋଟି ସିମଲା ଥାନାରେ ଲିଖିତ ଏତଲା ଦେଇଥିବା ବେଳେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।

   Related Posts