ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ପ୍ରତ୍ୟାହାର କଲେ କି ନାବାଳିକା ରେସ୍ଲର ? ତାଙ୍କ ବାପା କହିଲେ…
6/06/2023 at 5:41 PM

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ ବିରୋଧରେ ଯୌନ ଶୌଷଣ ଅଭିଯୋଗ ଆଣିଥିବା ନାବାଳିକା ରେସଲର ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ନାବାଳିକାର ରେସ୍ଲରଙ୍କ ବାପା କିନ୍ତୁ ଖବରକୁ ଗୁଜବ ବୋଲି କହିଛନ୍ତି।
ଇଣ୍ଡିଆନ ଏକ୍ସପ୍ରେସ୍ରେ ପ୍ରକାଶିତ ଏକ ଖବର ୧୭ ବର୍ଷୀୟା ନାବାଳିକା ରେସ୍ରଲ ମାଜିଷ୍ଟ୍ରେଟ୍ କୋର୍ଟରେ ନୂଆ ବୟାନ ରେକର୍ଡ କରିଛନ୍ତି। ଏହି ଆଧାରରେ ବ୍ରିଜ ଭୂଷଣ ବିରୋଧରେ ପୋକ୍ସୋ ଆକ୍ଟ ଆଗକୁ ବଳବତ୍ତର ରହିବ ନା ନାହିଁ ତାହା କୋର୍ଟ ସ୍ଥିର କରିବେ ବୋଲି ରିପୋର୍ଟରେ କୁହାଯାଇଛି। ଏନେଇ ଇଣ୍ଡିଆନ ଏକ୍ସପ୍ରେସ୍ରେ ରେସ୍ଲରଙ୍କ ବାପାଙ୍କୁ ଯୋଗାଯୋଗ କରିଥିଲେ ସେ କିଛି ପ୍ରତିକ୍ରିୟା ଦେଇ ନଥିଲେ।
ହେଲେ ‘ଦ ପ୍ରିଣ୍ଟ’କୁ ସୂଚନା ଦେଇ ନାବାଳିକା ରେସ୍ଲରଙ୍କ ବାପା କହିଛନ୍ତି “ଖବର ସମ୍ପୂର୍ଣ୍ଣ ମିଛ। ମୁଁ ଅଭିଯୋଗ ପ୍ରତ୍ୟାହର କରି ନାହିଁ। ମୁଁ ଲଢ଼େଇ ଜାରି ରଖିବି ବୋଲି ନିଷ୍ପତ୍ତି ନେଇଛି। ମୁଁ ଏହା କରିବି ମଧ୍ୟ।” ତେବେ ଅଭିଯୋଗ କରି ଥକି ପଡ଼ିଲେଣି ବୋଲି କହିଛନ୍ତି।

ପଢ଼ନ୍ତୁ –ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ମାମଲା; ବ୍ରିଜ୍ ଭୂଷଣଙ୍କ ୧୨ ସମ୍ପର୍କୀୟଙ୍କ ବୟାନ ରେକର୍ଡ
ଦିଲ୍ଲୀ ପୁଲିସ ବ୍ରିଜ ଭୂଷଣ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି। ଗୋଟିଏ ନାବାଳିକା ଅଭିଯୋଗରେ ପୋକ୍ସୋ ଆକ୍ଟ। ଅନ୍ୟଟି ଲୋକ ଖେଳାଳିମାନଙ୍କ ମର୍ଯ୍ୟାଦାନ ହାନୀ କରିବା ନେଇ ଅଭିଯୋଗ ହୋଇଛି।
ତେବେ ବ୍ରିଜ ଭୂଷଣ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ଲାଗିଥିବା ଗୋଟିଏ ବି ଅଭିଯୋଗ ପ୍ରମାଣିତ ହେଲେ ସେ ରଶି ଲଗାଇ ଝୁଲିପଡ଼ିବେ ବୋଲି ବ୍ରିଜ ଭୂଷଣ କହିଛନ୍ତି।
ସେପଟେ ବ୍ରିଜ୍ ଭୂଷଣଙ୍କ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଛି ଏସ୍ଆଇଟି ଟିମ୍। ୧୨ଜଣ ସମ୍ପର୍କୀୟଙ୍କୁ ଏସଆଇଟି ଟିମ୍ ପଚରାଉଚରା କରିବା ସହିକ ବୟାନ ରେକର୍ଡ କରିଛି । ଏମାନଙ୍କ ମଧ୍ୟରେ ସାସଂଦ ବ୍ରିଜ୍ ଭୂଷଣଙ୍କ ପରିବାର ଲୋକ, ସହଯୋଗୀ ଓ ସୁରକ୍ଷାକର୍ମୀ ଓ ଡ୍ରାଇଭର ରହିଛନ୍ତି ।

ପଢ଼ନ୍ତୁ- ରେସରଲଙ୍କୁ ବିଭ୍ରାନ୍ତ କରି ବ୍ୟବହାର କରୁଛି ବିରୋଧୀ, ବବିତା ଫୋଗାଟ୍
ରବିବାର ବିଳମ୍ବିତ ରାତ୍ରୀରେ ଏସଆଇଟି ଟିମ୍ ସାଂସଦ ବ୍ରିଜ୍ ଭୂଷଣଙ୍କ ପୈତୃକ ଘରେ ପହଞ୍ଚିଥିଲା । ଯାଞ୍ଚ ଟିମ୍ ଗୋଣ୍ଡାରୁ କିଛି ଲୋକଙ୍କ ନାଁ, ଠିକଣା, ମୋବାଇଲ ନମ୍ବର ସହିତ ପରିଚୟ ପତ୍ର ପ୍ରମାଣ ଭାବେ ଏକତ୍ର କରିଛି । ପୂର୍ବରୁ ଦିଲ୍ଲୀ ପୋଲିସର ଏସଆଇଟି ଟିମ୍ ଏହି ମାମଲାରେ ୧୨୫ଜଣ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିଲା । ଏବେ ଏହି ସଂଖ୍ୟା ୧୩୭ରେ ପହଞ୍ଚିଛି । ସେହିପରି ବିଦେଶରେ କୁସ୍ତି ପ୍ରତିଯୋଗୀତା ସମୟରେ ସଂସାଦଙ୍କ ଉପରେ ଲାଗିଥିବା ଅଭିଯୋଗର ମଧ୍ୟ ଯାଞ୍ଚ ହେବ । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସତ୍ତ୍ୱେ ଏଯାଏ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜ୍ ଭୂଷଣଙ୍କୁ ଗିରଫ କରି ନାହିଁ ପୁଲିସ ।
