କାଠପଟା ଚିରାକୁ ନେଇ ତୁମୁଳକାଣ୍ଡ, ବନ କର୍ମଚାରୀଙ୍କୁ ମରଣାନ୍ତ ଆକ୍ରମଣ, ୭ ଗୁରୁତର

Published By : Prameya-News7 Bureau | February 06, 2023 IST

କରଞ୍ଜିଆ: କରଞ୍ଜିଆ-ଶିମିଳିପାଳରେ କାଠପଟା ଚିରାକୁ ନେଇ ତୁମୁଳକାଣ୍ଡ। ପେଟ୍ରୋଲିଂ କରୁଥିବା ବନ କର୍ମଚାରୀଙ୍କୁ ମରଣାନ୍ତ ଆକ୍ରମଣ କଲେ ନଅଣା ଗାଁ ସାରାମ ସାହିର ଲୋକେ। ଠେଙ୍ଗାରେ ମରଣାନ୍ତ ଆକ୍ରମଣ ପରେ ପେଟ୍ରୋଲିଂ ଗାଡି ଓ ବାଇକ ଭଙ୍ଗାରୁଜା କରିଛନ୍ତି। ଏଥିରେ ୭ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପଟେ ପୋଲିସର କାର୍ଯ୍ୟାନୁଷ୍ଠାନରେ ୧୯ ଟି ଶାଳ ପଟା ଜବତ ହେବା ସହ ସାରାମ ସାହିର ୪୦ ଜଣକ ନାମରେ ଯଶୀପୁର ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.