ଘୋଷଣା କଲେ କେନ୍ଦ୍ର ସରକାର: ଡିସେମ୍ବର ଏକ ତାରିଖ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସ୍‌ଟ୍ୟାଗ୍

Published By : Prameya-News7 Bureau | November 22, 2019 IST

ନୂଆଦିଲ୍ଲୀ୨୨/୧୧:  ଡିସେମ୍ବର ୧ ତାରିଖରୁ ଦେଶର ସବୁ ଟୋଲଗେଟ୍‌ରେ କ୍ୟାସ୍‌ଲେସ୍‌ କରାଯିବ।  ବିନା ଫାସ୍‌ଟ୍ୟାଗ ଆପ୍‌ରେ ଟୋଲ୍‌ଗେଟ୍‌ ପାରି ହୋଇ ପାରିବେ ନାହିଁ। ଫାସ୍‌ଟ୍ୟାଗ ପ୍ରତ୍ୟେକ ଗାଡି ଚାଳକଙ୍କୁ ବ୍ୟବହାର କରିବାକୁ ପଡ଼ିବ। ସେଥିଲାଗି ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି ଯେ ଡିସେମ୍ବର ୧ ତାରିଖଠାରୁ ଜାତୀୟ ରାଜପଥରେ ଥିବା ଟୋଲପ୍ଲାଜାରେ ନଗଦରେ ଟୋଲ ଫି ଆଦାୟ କରିବା ପ୍ରକ୍ରିୟା ଶେଷ ହେବ। କେବଳ ଫାସ୍‌ଟ୍ୟାଗ ରେ ଟୋଲ ଫି ଆଦାୟ କରାଯିବ। ଏ ନେଇ ଏନଏଚଆଇଆଇ (NHAI) ପୂରା ପ୍ରସ୍ତୁତି କରି ସାରିଛନ୍ତି। ଏନଏଚଏଆଇ ନେଟଓ୍ବାର୍କରେ ୫୩୭ଟି ଟୋଲପ୍ଲାଜାର ରହିଛି। ଏଥିମଧ୍ୟରୁ ୧୭ଟି ବ୍ୟତୀତ ଅନ୍ୟ ଟୋଲପ୍ଲାଜାରେ ଡିସେମ୍ବର ୧ ତାରିଖଠାରୁ ଫାସ୍‌ଟ୍ୟାଗ  ଆଧାରରେ ଇଲେକ୍ଟ୍ରୋନିକ ପ୍ରଣାଳୀରେ ଟୋଲ ଫି ଆଦାୟ କରାଯିବ।

ଫାସ୍‌ଟ୍ୟାଗକୁ  ନେବା ସମୟରେ ୧୫୦ ଟଙ୍କାର ସିକ୍ୟୁରିଟି ଡିପୋଜିଟ୍‌ ନିଆଯାଉଛି ।  ଏହାକୁ   ଅଧିକ ଲୋକପ୍ରିୟ କରିବା ପାଇଁ ଏନ୍‌ଏଚ୍‌ଆଇ ବ୍ୟବହାରକାରୀଙ୍କ ପାଇଁ ମାଗଣାରେ ଉପଲବ୍ଧ କରିବ । ଏହା କେବଳ ଏନ୍‌ଏଚ୍‌ଏଆଇର ପିଓଏସ୍‌ରେ ମିଳିବ । ଏହାକୁ  ବ୍ୟାଙ୍କରୁ ନେଲେ  ଉପଭୋକ୍ତାଙ୍କୁ ୧୫୦ ଟଙ୍କା ଶୁଳ୍କ ଦେବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.