ଫସଲ ଗଣ୍ଡାକ ପାଇଁ ଆଜି ଗଛ ଉପରେ ଚାଷୀ ପରିବାର

Published By : Prameya-News7 Bureau | October 30, 2018 IST

କେନ୍ଦୁଝର  ୩୦/୧୦: ବର୍ଷା ଅଭାବରୁ ମରୁଡି ପରିସ୍ଥିତି ହେଲେ ଚାଷୀ  ଚିନ୍ତାରେ ତ ଆଉ କେତେବେଳେ ରୋଗପୋକ ଲାଗି ଫସଲ ନଷ୍ଟ ହେଲେ ଚାଷି ମୁଣ୍ଡରେ ଚଡକ । ଯାହାଥିଲା ଏବେ ବନ୍ୟଯନ୍ତୁଙ୍କ  କବଳରୁ ଫସଲ ବଚଂ।ଇବା ପାଇଁ ଚାଷି ଚିନ୍ତାରେ । ରାତି ଦିନ ବନ୍ୟଯନ୍ତୁଙ୍କ ଭୟରେ ଗଛ ଉପରେ ମଚଂ। ବାନ୍ଧି ଆଦିମ ମଣିଷ ଭଳି ରହୁଛି ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ଦୋବଲାପାଳ ଗାଁରେ ।                                                                                                                                                      କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଚଂଳ ଜଙ୍ଗଲ ସମ୍ପଦରେ ଭରପୂର ।ଏଠାରେ ହାତୀ,ବାର୍ହା,ମାଙ୍କଡ ହରିଣଙ୍କ ସଂଖ୍ୟା କିଛି କମ୍ ନୁହେଁ ।ଏବେ ଧାନ ଅମଳ ସମୟ ।ଜଙ୍ଗଲ ପାଖ ଚାଷ ଜମି ଉପରେ ବନ୍ୟଯନ୍ତୁଙ୍କ ଆଖି । ନିଜ ପରିବାର ପେଟରେ ବର୍ଷଯାକ ଗଣ୍ଡେ ଦାନା ଦେବାପାଇଁ ଚାଷୀ ବହୁ ପରିଶ୍ରମକରି ଫସଲ କରିଥାଏ । ତେବେ ବନ୍ୟଯନ୍ତୁଙ୍କ କବଳରୁ ଫସଲ ରକ୍ଷା କରିବା ପାଇଁ ବହୁ କଷ୍ଟ କରିବାକୁ ପଡିଥାଏ । ଦିନବେଳା ମାଙ୍କଡ ସଂଧ୍ୟା ହଲେ ବାରହା ଓ ହାତୀଙ୍କ ଉପଦ୍ରବରୁ ଫସଲକୁ ରକ୍ଷା କରିବା ପାଇଁ ଚାଷି ଗଛରେ ମଚଂ। ବାନ୍ଧି ପରିବାର ସହ ଜଗି ବସିଥାଏ । ଦୋବଲାପାଳ ଗାଁର କିଛି ଆଦିବାସୀ ଲୋକ ନିଜ ନିଜ ଚାଷ ଜମି ପାଖରେ ଗଛ ଉପରେ ମଚଂ। ବାନ୍ଧି ପରିବାର ସହ ରହୁଛନ୍ତି । ଫସଲ ଗଣ୍ଡାକ ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ମଚଂ। ଉପରେ ରହି ରାତି ହେଲେ ଟିଣ ବାଡେଇ ବନ୍ୟଯନ୍ତୁଙ୍କୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି ।ଅନ୍ୟ କିଛି ଉପାୟ ମଧ୍ୟ ଚାଷୀଙ୍କ ପାଖରେ ନାହିଁ। ନା ଅଛି ଉଜ୍ଜଳ ଆଲୋକର ଟର୍ଚ୍ଚ ଲାଇଟ ନା ରହିଛି ବନ୍ୟଯନ୍ତୁଙ୍କୁ ଘଉଡାଇବା ପାଇଁ ବାଣର ବ୍ୟବସ୍ଥା ।ଏନେଇ ବନବିଭାଗକୁ ଜଣାଇଥିଲେ ମଧ୍ୟ କୈ।ଣସି ସାହାଯ୍ୟ ମିଳୁନଥିବା ଅଭିଯୋଗ ହେଉଛି । ତେବେ ଏଭଳି ଅବସ୍ଥାରେ କେତେବେଳେ ଯେ ଅଘଟଣ ନଘଟିବ ତାହା କହି ହେବ ନାହିଁ ।                                                                            ଏ ସମ୍ପର୍କରେ  ତେଲକୋଇ ବନାଚଂଳଅଧିକାରୀଙ୍କୁ ଭେଟିଥିବାବେଳେ ସେ କହିଲେ ଏବେ ତେଲକୋଇରେ ୩୦ଟି ହାତୀ ଅଛନ୍ତି । ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି  । ଯଦି ବନ୍ୟଯନ୍ତୁଙ୍କ ଦ୍ବାରା ଫସଲ ନଷ୍ଟ ହେଉଛି ତାହଲେ ଆକଳନ ପରେ କ୍ଷତି ପୂରଣ ଦିଆଯିବାର ବ୍ୟବସ୍ଥା ରହିଛି । ତେବେ ଚାଷୀଙ୍କୁ କ୍ଷତିପୂରଣ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.