ବିଲରେ ଚାଷ କାମ ବେଳେ ବଜ୍ରପାତ, ଚାଷୀଙ୍କ ମୃତ୍ୟୁ

Published By : Prameya-News7 Bureau | August 02, 2022 IST

ଚାନ୍ଦବାଲି ୨: ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ଚାଷୀ ଜଣଙ୍କ ବିଲରେ ଚାଷ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ଗ୍ରାମବାସୀ ଚାଷୀଙ୍କୁ ବିଲରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଯୋଗେ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବଜ୍ରାଘାତ ଯୋଗୁଁ ଚାଷୀଙ୍କ ଶରୀରର ୫୦ଭାଗ ପୋଡିଯାଇଛି । ମୃତ ଚାଷୀ ହେଉଛନ୍ତି ଚାନ୍ଦବାଲି ମୌସୁଧା ପଂଚାୟତ ଗଉଡ଼ୁଣୀ ପୋଖରୀ ଗାଁର ବସନ୍ତ ରାଉତ ବୋଲି ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.