scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୧୧ ବିଶ୍ୱ କପ ଫାଇନାଲର ସ୍ମୃତିକୁ ତାଜା କଲା ବାରବାଟୀ, ‘ବନ୍ଦେ ମାତରମ’ରେ ପ୍ରକମ୍ଫିତ ହେଲା ପୂରା ଷ୍ଟାଡିୟମ, ଦେଖନ୍ତୁ ଭିଡ଼ିଓ

13/06/2022 at 4:20 PM

କଟକ: ପୁଣି ଥରେ ୨୦୧୧ ବିଶ୍ୱ କପ ଫାଇନାଲର ସ୍ମୃତିକୁ ତାଜା କରି ଦେଇଛି କଟକର ବାରବାଟୀ ଷ୍ଟାଡିୟମ । ରବିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ବେଳେ କିଛି ସମୟ ଦୃଶ୍ୟ ଏମିତି ଥିଲା ଯାହା ଦେଖିଲେ ଏବଂ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଯେତେବେଳେ ଦର୍ଶକ ‘ବନ୍ଦେ ମାତରମ’ ଗାନ କଲେ ପୂରା ଷ୍ଟାଡିୟମ ପ୍ରକମ୍ଫିତ ହୋଇ ଉଠିଥିଲା । ସେ ସମୟର ଦୃଶ୍ୟ ବେଶ ଉପଭୋଗ୍ୟ ଏବଂ ଆକର୍ଷଣୀୟ ରହିଥିଲା । ହଜାର ହଜାର ଦର୍ଶକ ଏକ ସଙ୍ଗେ ଏଆର ରେହମାନଙ୍କ ସଂଯୋଜିତ ପ୍ରସିଦ୍ଧ ଗୀତ ‘ବନ୍ଦେ ମାତରମ’ ଗାନ କରି ଖେଳର ପରିବେଶକୁ ଆହୁରି ରୋମାଞ୍ଚତି କରିଥିଲେ । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି ।

ପୁଣି ଥରେ ୨୦୧୧ ବିଶ୍ୱ କପ୍ ଫାଇନାଲର ସେହି ସମୟ ମନରେ ସତେଜ ହୋଇ ଉଠିଲା ଯେତେବେଳେ ଭାରତ ବିଜୟ ଆଡକୁ ଅଗ୍ରସର ହେଉଥିଲା, ଆଉ ସେହି ସମୟରେ ଦର୍ଶକଙ୍କ ‘ବନ୍ଦେ ମାତରମ’ ଗୀତରେ ୱାଙ୍ଖେଡା ଷ୍ଟାଡିୟମ ଗୁଞ୍ଜରିତ ହୋଇ ଉଠିଥିଲା । ସେହି ସମୟକୁ ମନେ ପକାଇଲେ ଆଜି ମଧ୍ୟ ଭାରତୀୟ ଖେଳାଳିଙ୍କ ଲୋମ ଟାଙ୍କୁରି ଉଠେ । ଏହି ଦୃଶ୍ୟ ପୁଣି ଥରେ ଗତକାଲି ବାରବାଟୀ ଷ୍ଟାଡିୟମରେ ଦେଖିବାକୁ ମିଳିଛି । ରବିବାର ରାତି କଟକର ଏହି ଐତିହାସିକ ଷ୍ଟାଡିୟମ ‘ବନ୍ଦେ ମାତରମ’ରେ ଝୁମି ଉଠିଛି । ଭାରତ ବ୍ୟାଟିଂ ଆରମ୍ଭ କରିବାର କିଛି ସମୟ ପରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ତେବେ ଦ୍ୱିତୀୟ ଟି-୨୦ରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାଠୁ ୪ ୱିକେଟରେ ପରାଜିତ ହୋଇଛି । ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ୱିକେଟ୍ ହରାଇ ୧୪୮ ରନ କରିଥିଲା । ଦଳ ପକ୍ଷରୁ ଶ୍ରେୟସ ଆୟର ୪୦ ରନ ଏବଂ ଇଶାନ କିଷନ ୩୪ ରନ କରିଥିବା ବେଳେ ଦିନେଶ କାର୍ତ୍ତିକଙ୍କ ୩୦ ରନ ବଳରେ ଭାରତ ନିଜର ସମ୍ମାନ ରକ୍ଷା କରିପାରିଥିଲା । ଜବାବରେ ହେନରିକ କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ହରାଇବାରେ ସଫଳ ହୋଇଛି ।

   Related Posts