ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ବଜାରରେ ଗୋଡାଇ ଗୋଡାଇ ହାଣିଲା ସ୍ଵାମୀ

Published By : Prameya-News7 Bureau | October 21, 2022 IST

ଯାଜପୁରରୋଡ: ପାରିବାରିକ କଳହ କରୁଣ ପରିଣତି। ସର୍ବସମ୍ମୁଖରେ ସ୍ତ୍ରୀକୁ ହାଟରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ। ଯାଜପୁର ଦାନଗଦି ହାଟ ନିକଟରେ  ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ସମେତ ଜଣେ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀ ଫେରାର ଥିବା ବେଳେ ଆହତ ସ୍ତ୍ରୀଙ୍କୁ କଟକ SCB କୁ ସ୍ଥାନାନ୍ତର କରାଯାଇଛି।ଆହାତ ବ୍ୟକ୍ତି ଜଣକ ଦାନଗଦି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଦାନଗଦି ପୋଲିସର ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ ଅଭିଯୁକ୍ତ ଟମକା ଅଞ୍ଚଳର ମୁନାପାତ୍ର ୨ ମହିଳା ଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀ ସୁଭଦ୍ରା ପାତ୍ର ପାରିବାରିକ କଳହକୁ କେନ୍ଦ୍ରକରି ସ୍ଵାମୀଙ୍କ ଠାରୁ ଅନ୍ୟତ୍ର ରହୁଥିଲେ। ଆଜି ଅପରାହ୍ନ ରେ ସୁଭଦ୍ରା ଦାନଗଦି ହାଟରେ ମାର୍କେଟିଂ କରୁଥିବା ବେଳେ ଅଭିଯୁକ୍ତ ମୁନାପାତ୍ର ହଠାତ ଏକ କାଟୁରି ସାହାଯ୍ୟରେ ସୁଭଦ୍ରାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଥିଲେ। ଏହାକୁ ଦେଖି ସେଠାରେ ମାର୍କେଟିଂ କରୁଥିବା ତ୍ରିଲୋଚନ ଜାରିକା ନାମକ ଜଣେ ବ୍ୟକ୍ତି ଅଟକାଇ ବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିଯୁକ୍ତ ମୁନା ତାଙ୍କୁ ମଧ୍ୟ କଟୁରିରେ ଆକ୍ରମଣ କରିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.